Latest Odisha News

BREAKING NEWS

ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ: ଜାଣନ୍ତୁ ଅତିଥି ଏବଂ ଆଲୋଚକଙ୍କ ପରିଚୟ..

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ ।

ଶ୍ରୀ ନବ କିଶୋର ଦାସ, ମୁଖ୍ୟ ଅତିଥି, ଉଦଘାଟନୀ ଅଧିବେଶନ

ଶ୍ରୀ ଦାସ ୨୦୧୯ ମସିହାରୁ ନବୀନ ସରକାର ପଞ୍ଚମ ପାଳି ଶାସନ ଆରମ୍ଭରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଓଡ଼ିଶାରେ କରୋନା ମହାମାରୀ ମୁକାବିଲାରେ ପ୍ରମୁଖ ସାରଥୀ ସାଜିଥିବା ଶ୍ରୀ ଦାସଙ୍କ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଭିନ୍ନ ମହଲରୁ ଓଡ଼ିଶା ଉଚ୍ଚ ପ୍ରଶଂସିତ ହୋଇଛି ।

ଝାରସୁଗୁଡ଼ାରୁ ତିନି ଥର ବିଧାୟକ ହୋଇଥିବା ଶ୍ରୀ ଦାସଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ହୋଇଥିବା କିଛି ଉଲ୍ଲେଖନୀୟ ଯୋଜନା ରାଜ୍ୟରେ ସଫଳ ରୂପାନ୍ୱିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଡାକ୍ତର ସୁବ୍ରତ ଜେନା, ସମ୍ମାନିତ ଅତିଥି

ବିଶିଷ୍ଟ ଅର୍ଥୋପେଡିକ ବା ଅସ୍ଥିଶଲ୍ୟ ଓ ପ୍ଲାଷ୍ଟିକ ସର୍ଜନ ଡାକ୍ତର ଶ୍ରୀ ଜେନା ଅଶ୍ୱିନୀ ଗ୍ରୁପ ଅଫ୍ ହସ୍ପିଟାଲର ଚେୟାରମ୍ୟାନ । ଡାକ୍ତର ଜେନା ୧୯୭୭ ମସିହାରେ ଏସସିବି ମେଡିକାଲ କଲେଜରୁ ଏମବିବିଏସରେ କୃତକାର୍ଯ୍ୟ ହୋଇଛନ୍ତି, ୧୯୮୨ରେ ଏମକେସିଜି ମେଡିକାଲ କଲେଜରୁ ଅର୍ଥୋପେଡିକରେ ଏମଏସ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୮୫ ମସିହାରେ ପ୍ଲାଷ୍ଟିକ ସର୍ଜରୀରେ ଏମସିଏଚ ଡିଗ୍ରୀ ହାସଲ କରିଛନ୍ତି ।

ଡାକ୍ତର ଜେନାଙ୍କ ନେତୃତ୍ୱରେ ୫୦ଟି ଶଯ୍ୟାରୁ ଆରମ୍ଭ ହୋଇଥିବା ଅଶ୍ୱିନୀ ହସ୍ପିଟାଲ ଏବେ ୩୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ରୂପାନ୍ତରିତ ହୋଇଛି । ଏବେ ଅଶ୍ୱିନୀ ଗ୍ରୁପ୍ ମେଡିକାଲ ହେଡକ୍ୱାର୍ଟର, ଟ୍ରମା ସେଣ୍ଟର, ନର୍ସିଂ ସ୍କୁଲ ଏବଂ କଲେଜ ବିକାଶ ଦିଗରେ କାର୍ଯ୍ୟ କରୁଛି ।

ଡକ୍ଟର ଶ୍ୱେତପଦ୍ମା ଦାଶ, ସମ୍ମାନିତ ଅତିଥି

ସମ୍ ଅଲ୍ଟିମେଟ ମେଡିକେୟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଦାଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଣେ ଦୂରଦୃଷ୍ଟି ସଂପନ୍ନ ସିଇଓ । ସେ ପ୍ରଥମେ ନୂଆ କରି ଆରମ୍ଭ ହୋଇଥିବା ଆୟୁଷ ହସ୍ପିଟାଲରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଦ ଥାପିଥିଲେ । ଏହା ପରେ ଆପୋଲୋ ହସ୍ପିଟାଲର କ୍ୱାଲିଟି ଏବଂ ରିସର୍ଚ୍ଚ ଅପରେସନର ଡିଜିଏମ ବନିଥିଲେ ।

ଡ. ଦାଶ ସମ୍ ଅଲ୍ଟିମେଟ ମେଡିକେୟାରର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଏହାକୁ ଏକ ପ୍ରଶଂସନୀୟ ସ୍ତରକୁ ଉତଥାନ କରାଇ ଏନଏବିଏଚ ମାନ୍ୟତା ହାସଲ କରାଇପାରିଛନ୍ତି ।

ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମୁଖ୍ୟ ଅତିଥି, ଉଦଯାପନୀ ଅଧିବେଶନ

ଶ୍ରୀ ଘଡ଼ାଇ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଦ୍ୟ ଗଠିତ ମନ୍ତ୍ରୀମଣ୍ଡଳରେ ଜଣେ ଚର୍ଚ୍ଚିତ ଯୁବ ଚେହେରା ।

ନୀଲାଞ୍ଜନା ମୁଖର୍ଜୀ, ସମ୍ମାନିତ ଅତିଥି

ଭୁବନେଶ୍ୱର ଆମ୍ରି ହସ୍ପିଟାଲ ୟୁନିଟ୍ ମୁଖ୍ୟ ନୀଲାଞ୍ଜନା ମୁଖର୍ଜୀ ହୋଟେଲ ଇଣ୍ଟଷ୍ଟ୍ରି ତାଜ୍ ଗ୍ରୁପ୍ ଅଫ ହୋଟେଲ୍ସରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ସେ ଆପୋଲୋ, କଲମ୍ବିଆ ଏସିଆ ଭଳି ବିଭିନ୍ନ କମ୍ପାନୀରେ ଅତି ଗୁରୁିତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି ।

ସେ ଏବେ ଭୁବନେଶ୍ୱର ଆମ୍ରି ହସ୍ପିଟାଲର ମୁଖ୍ୟ ଦାୟିତ୍ୱରେ ରହିଛନ୍ତି । ୨୦୧୫ ମସିହାରେ ଜେନେରାଲ ମ୍ୟାନେଜର ଭାବେ ଯୋଗ ଦେଇ ୩୦ଟି ବେଡରୁ ହସ୍ପିଟାଲକୁ ୪୦୦ ବେଡ୍ ହସ୍ପିଟାଲରେ ରୂପାନ୍ତରିତ କରିଛନ୍ତି ।

ଉଦଘାଟନୀ ଆଲୋଚନା ଚକ୍ର: ମହାମାରୀ ସହ ଲଢ଼େଇ

ଡାକ୍ତର ନୀରୋଜ କୁମାର ମିଶ୍ର

ଡାକ୍ତର ମିଶ୍ର ଓଡ଼ିଶାର ଜଣେ ଜଣାଶୁଣା ଇଣ୍ଟରନାଲ ମେଡିସିନ ବିଶେଷଜ୍ଞ । ବର୍ତ୍ତମାନ ଭୁବନେଶ୍ୱରର କର କ୍ଲିନିକ ଏବଂ ହସ୍ପିଟାଲରେ ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟରତ । କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଏମଡି ପଢ଼ିବା ପରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କନସଲଟାଣ୍ଟ ଭାବେ ଅଭିଜ୍ଞତା ହାସଲ କରିଛନ୍ତି ।

ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ମେଡିକାଲ ଟିମର ସଦସ୍ୟ ଭାବେ ୩ ବର୍ଷ କାର୍ଯ୍ୟ କରିଛନ୍ତି ।

ଡାକ୍ତର ଜୟନ୍ତ କୁମାର ପଣ୍ଡା

ଡାକ୍ତର ପଣ୍ଡା ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏହା ସହ ସେ କଟକ ଏସସିବି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

ଡାକ୍ତର ପଣ୍ଡା ଭିଏସଏସ ବୁର୍ଲାରୁ ଏମିବିବିଏସ ଡିଗ୍ରି ହାସଲ ପରେ ଏମକେସିଜି ମେଡିକାଲ କଲେଜ ବ୍ରହ୍ମପୁରରୁ ଏମଡି କରିଛନ୍ତି ।

ସେ ଜାତୀୟ ଏବଂ ଆର୍ନ୍ତଜାତୀୟ ପରୀକ୍ଷଣର (Principal Investigator, National and international Trials) ମୁଖ୍ୟ ଅନୁସନ୍ଧାନକାରୀ ଏବଂ ଏସିଆ-ପାସିଫିକର Adult Immunization Consensus କାର୍ଯ୍ୟକର୍ତ୍ତା କମିଟିର ସଦସ୍ୟ ଅଟନ୍ତି ।

ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର

ଡାକ୍ତର ପାତ୍ର ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କ୍ଲିନିକାଲ ଇମ୍ୟୁନୋଲୋଜି ଓ ରିୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଭାବେ କାର୍ଯ୍ୟରତ ।

କଟକ ଏସସିବି ମେଡିକାଲ କଲେଜରୁ ଏମବିବିଏସ ଏବଂ ୨୦୧୨ରେ ଲଖନଉ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏସନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସରୁ କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରିୟୁମାଟୋଲୋଜିରେ ସ୍ପେଶାଲାଇଜେସନ କରିଛନ୍ତି ।

ଓଡ଼ିଶାର ଜଣେ ବିଶିଷ୍ଟ ଡାକ୍ତର ଭାବେ କୋଭିଡର ତିନୋଟି ୱେଭରେ ଆଇଏମଏସ ସମ୍ ହସ୍ପିଟାଲରେ ଶତାଧିକ କୋଭିଡ ରୋଗୀଙ୍କ ଦାୟିତ୍ୱ ବିଶେଷ ଗୁରୁତ୍ୱ ଦେଇ ତୁଲାଇଛନ୍ତି ।

ସଂଚାଳକ- ସନ୍ଦୀପ ସାହୁ

ଭୁବନେଶ୍ୱରରେ ଅବସ୍ଥାପିତ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ୩୫ ବର୍ଷର ଅଭିଜ୍ଞତାର ଅଧିକାରୀ ।

ସେ ବିବିସି ପାଇଁ ୨୫ ବର୍ଷ ଧରି ଓଡ଼ିଶା ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଛନ୍ତି । ୨୦୧୮ ମସିହାରୁ ଶ୍ରୀ ସାହୁ ଆଉଟଲୁକ୍ ର ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି ।
ଏହା ସହ ସେ, ବିଭିନ୍ନ ଜାତୀୟ ଗଣମାଧ୍ୟମର ୱେବସାଇଟ ଦ କ୍ୱିଣ୍ଟ, ନ୍ୟୁଜ୍୧୮, ଫାଷ୍ଟପୋଷ୍ଟ ଏବଂ ଦ ଫେଡେରାଲ ପାଇଁ ଫ୍ରିଲାନ୍ସର ଭାବେ ଖବର ଲେଖନ୍ତି ।

ତିନୋଟି ଭାଷା ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀରେ ଖବର ଲେଖିପାରୁଥିବା ସାମ୍ବାଦିକ ଭାବେ ସେ ଅନନ୍ୟ ।

ଉଦଯାପନୀ ଆଲୋଚନା ଚକ୍ର: କ୍ୟାନ୍ସର ମହୌଷଧିର ଆଶା

ଡାକ୍ତର କୃପାସିନ୍ଧୁ ପଣ୍ଡା

ଡାକ୍ତର ପଣ୍ଡା ଓଡ଼ିଶାର ଜଣେ ବରିଷ୍ଠ ସର୍ଜିକାଲ ଅଙ୍କୋଲୋଜିଷ୍ଟ । ସେ ମୁମ୍ବାଇ, ଦିଲ୍ଲୀ ଏବଂ ନ୍ୟୁୟର୍କର ସମେତ ଏକାଧିକ ପ୍ରତିଷ୍ଠିତ ଅନୁଷ୍ଠାନରୁ ତାଲିମ ନେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ତାଲିମ ପାଇଁ ତାଙ୍କୁ ଦିୱାଲିବେନ ମୋହନଲାଲ ଫେଲୋସିପ୍ ପ୍ରଦାନ କରାଯାଇଛି ।

କର୍କଟ ଚିକିତ୍ସା ଉପରେ କାର୍ଯ୍ୟ କରି ସେ ଗ୍ଲୋବାଲ ଆଚିଭର ଆୱାର୍ଡ ଅଫ ହେଲଥ୍ ଏକ୍ସଲେନ୍ସ- ୨୦୧୪ (ଦୁବାଇ), ଏସିଆ ପାସିଫିକ ଆଚିଭର ଆୱାର୍ଡ-୨୦୧୪ (ତାସକେଣ୍ଟ) ସହିତ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ।

ତାଙ୍କ ରଚିତ ପୁସ୍ତକ ‘ହ୍ୟାଣ୍ଡବୁକ୍ ଅଫ ଅଙ୍କୋଲୋଜି’ ମେଡିକାଲ ଛାତ୍ରଛାତ୍ରୀ ଏବଂ ପ୍ରଫେସନାଲଙ୍କ ଅତି ପସନ୍ଦଯୋଗ୍ୟ ପୁସ୍ତକ ।

ଡାକ୍ତର ମାଧବାନନ୍ଦ କର

ଡାକ୍ତର କର ଏମ୍ସ ଭୁବନେଶ୍ୱର ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଭାବେ ୨୦୧୬ରୁ କାର୍ଯ୍ୟ କରିଆସୁଛନ୍ତି ।

୧୯୯୨ ମସିହାରେ କଟକ ଏସସିବି ମେଡିକାଲ କଲେଜରୁ ଏମବିବିଏସ, ୧୯୯୭ରେ ଜୟପୁର ସ୍ଥିତ ଏସଏମଏସ ମେଡିକାଲ କଲେଜରୁ ମାଷ୍ଟର ଇନ ସର୍ଜରୀ, ୨୦୨୦ରେ କିଟ୍ ବିଶ୍ୱବିଦ୍ୟାଳୟରୁ ବାୟୋ ଟେକ୍ନୋଲୋଜିରେ ଏବଂ ୨୦୨୧ ମସିହାରେ ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଡାର୍ଡେନ ବିଜନେସ ସ୍କୁଲରୁ ହେଲଥକେୟାର ଏକଜିକ୍ୟୁଟିଭ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ପିଏଚଡି ହାସଲ କରିଛନ୍ତି ।

ଓଡ଼ିଶାରେ ଉନ୍ନତ କର୍କଟ ଚିକିତ୍ସା ପାଇଁ ମଲ୍ଟିମୋଡାଲ ପଦ୍ଧତି ସହିତ ଅଙ୍କୋ-ସର୍ଜରୀ ପଦ୍ଧତିକୁ ଲୋକପ୍ରିୟ କରିଥିବା ହେତୁ ତାଙ୍କର ବିଶେଷ ସମ୍ମାନ ରହିଛି । ନିକଟରେ କେନ୍ଦ୍ର ସରକାର ତାଙ୍କୁ ଏମ୍ସ ଦରଭଙ୍ଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।

ଡାକ୍ତର ସୌମ୍ୟ ସୁରଥ ପଣ୍ଡା

ଡାକ୍ତର ପଣ୍ଡା ବତ୍ତମାନ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଅଙ୍କୋଲୋଜି ବିଭାଗର ପ୍ରଫେସର ତଥା ଏଚଓଡି ଭ।।ବ କାର୍ଯ୍ୟରତ ଅଛନ୍ତି ।

ସେ ୨୦୦୫ରେ ଏସସିବିରୁ ଏମବିବିଏସ ଏବଂ ୨୦୧୦ରେ ମେଡିସିନ ବିଭାରେ ଏମଡି କରିଛନ୍ତି । ଏବଂ ୨୦୧୧ରେ ଜିପମରରୁ ମେଡିକାଲ ଅଙ୍କୋଲୋଜିରେ ଏସଆର କରିଛନ୍ତି ।

ସେ ଚେନ୍ନାଇର କ୍ୟାନ୍ସର ଇନଷ୍ଟିଚ୍ୟୁଟରୁ ୨୦୧୪ ମସିହାରେ ମେଡିକାଲ ଅଙ୍କୋଲୋଜିରେ ଡିଏମ ହାସଲ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଡାକ୍ତର ପଣ୍ଡା ଆଇଏମଏସ ସମ ହସ୍ପିଟାଲରେ ୨୦୧୪ ମସିହାରେ ମେଡିକାଲ ଅଙ୍କୋଲୋଜି ବିଭାଗ ଆରମ୍ଭ କରିଥିଲେ ।

ସଂଚାଳକ- ବଳଭଦ୍ର ରଥ

ଓଡ଼ିଶା ମିଡିଆରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ଶ୍ରୀ ରଥ ଦୂରଦର୍ଶନର ସମ୍ବାଦ ପାଠକ ଭାବେ ବେଶ୍ ଲୋକପ୍ରିୟ । ସେ ଓଡ଼ିଶା ସମ୍ବାଦ ସହିତ ମଧ୍ୟ ଜଡ଼ିତ ।
ପୂର୍ବରୁ ସେ ସମୟ, କଳିଙ୍ଗ ଟିଭି ଏବଂ ନ୍ୟୁଜ ୱାଲର୍ଡ ଓଡ଼ିଶାରେ କାର୍ଯ୍ୟ କରିଛନ୍ତି ।

ଏକାଧାରରେ ସେ ଜଣେ ସ୍ତମ୍ଭକାର, ସାହିତ୍ୟିକ ଏବଂ ଗବେଷକ । ମିଡିଆ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୂର୍ବରୁ ଅନେକ ସମ୍ମାନରେ ସମ୍ମାନିତ ଏବଂ ପୁରସ୍କାରେ ହାସଲ କରିଛନ୍ତି ।

ପ୍ରାଚୀତାରା- କଥା ବାଚିକା (ଷ୍ଟୋରୀ ଟେଲର)

ସାମ୍ବାଦିକାରୁ ଉପସ୍ଥାପିକା ହୋଇଥିବା ପ୍ରାଚୀତାରା ଓଡ଼ିଶାର ନାଁ କରା କଥା ବାଚିକା । ସ୍ପଟିଫାଏରେ ତାଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପୋଡକାଷ୍ଟ ‘ପ୍ରାଚୀ କଥା’ ନାମରେ ଆସୁଛି ।

ଆକାଶବାଣୀର ଜଣାଶୁଣା କଳାକାର ଏବଂ ଦୂରଦର୍ଶନ ଉପସ୍ଥାପିକା ପ୍ରାଚୀତାରାଙ୍କ ଆଲେଖ୍ୟ ଏବଂ କବିତା ଓଡ଼ିଶାର ପ୍ରମୁଖ ଖବରକାଗଜ ଏବଂ ମାଗାଜିନରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.