Latest Odisha News

ହୋଲି ଅବସରରେ ସୁସ୍ମିତା ଦାସଙ୍କ ମ୍ୟୁଜିକ ଆଲବମ୍ ରିଲିଜ

ଭୁବନେଶ୍ୱର: ବିଭିନ୍ନ ପର୍ବପର୍ବାଣି ଓ ସ୍ୱତନ୍ତ୍ର ଅବସରରେ ଆକର୍ଷଣୀୟ ମ୍ୟୁଜିକ ଭିଡିଓ ରିଲିଜ କରିବାର ଧାରା ଆରମ୍ଭ କରିଥିବା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ପକ୍ଷରୁ ଚଳିତ ବର୍ଷ ହୋଲି ପାଇଁ ଏକ ସ୍ୱତନ୍ତ୍ର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ବିଶିଷ୍ଟ ଗୀତିକାର ଓ ସାହିତ୍ୟିକ ଦେବଦାସ ଛୋଟରାୟଙ୍କ ଏକ ହୋଲି କବିତାକୁ ନେଇ ପ୍ରସ୍ତୁତ ହୋଇଛି ଏହି ମ୍ୟୁଜିକ ଭିଡିଓ- ‘ରଙ୍ଗୀନ ଛତା ଖୋଲି ଆସିଛି ହୋଲି, ତାର ନେଳିଆ ଖରା ଓ ବର୍ଷା ନାଲି ’ ।

ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର । ଦୋଳ ପୂର୍ଣ୍ଣମୀରେ ଏହାକୁ ସୋସିଆଲ ମିଡିଆରେ ରିଲିଜ କରିଛନ୍ତି ନିଜେ ସୁସ୍ମିତା ଦାସ ।
ଆନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କର ‘ଆଦୃତା’ ଶୀର୍ଷକରେ ଏକ ସ୍ୱତନ୍ତ୍ର ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା । ପୂର୍ବରୁ ‘ରସଗୋଲା’, ଦୁର୍ଗାପୂଜାରେ ପାର୍ବଣ‘, ଲାଜ ଲାଜ ହୋଇ ଆସିଛି ରଜ’, ହାତୀ ସଜ କର ମାଏ ଘୋଡା ସଜ କର’ ଭଳି ଅନେକ ସ୍ୱତନ୍ତ୍ର ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି ସୁସ୍ମିତା ।

Comments are closed.