Latest Odisha News

BREAKING NEWS

ହୋଲିକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ୧୨ ଆହତ

ଆଠଗଡ: ଆଜି ସବୁଠି ହୋଲିର ଆସର ଜମିଥିବାବେଳେ ରାଜ୍ୟର କେତେକ ଅଂଚଳ ଅଘଟଣ ଘଟିଛି । ଆଠଗଡରେ ମଧ୍ୟ ହୋଲିକୁ ନେଇ ତୁମୁଳକାଣ୍ଡ ହୋଇଛି । ସେଥିରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଛି । ହୋଲି ଖେଳ ବେଳେ ଗାଡି ସାଇଡ କରିବାକୁ ନେଇ ଗଣ୍ଡଗୋଳ ହୋଇଛି । ଉଭୟ ଗାଁର ୧୨ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.