ମୁମ୍ବାଇ: ସମୟ ବଦଳିବା ସହ କିନ୍ନରମାନଙ୍କ ଲାଇଫ ଷ୍ଟାଇଲରେ କିଛିଟା ପରିବର୍ତ୍ତନ ଆସିଛି । କିଛି ସ୍ଥାନରେ ଏମାନଙ୍କୁ ସଫଳତା ବି ମିଳିଲାଣି । ଇଣ୍ଟରନ୍ୟାଶନାଲ ଟ୍ରାନ୍ସଜେଣ୍ଡର ଡେ’ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ରେକର୍ଡ଼ କରିଥିବା ଭିଡିଓକୁ ଏବେ ପୁଣି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ କିନ୍ନର ଭୂମିକାରେ ନଜର ଆସିଛନ୍ତି । ତାଙ୍କ ସହ କିନ୍ନର ଗୌରିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଆଉ କିନ୍ନରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି ।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ କିନ୍ନର ତାଳି ମାରି ପ୍ରଶ୍ନ କରୁଛନ୍ତି ଯେ, କିନ୍ନରମାନେ କାହିଁକି ତାଳିି ମାରନ୍ତି ? ଟଙ୍କା ରୋଜଗାର କରିବାକୁ , ଶରୀର ଲୁଚାଇବାକୁ ନା ନିଜର ରାଗ ଶୁଝାଇବାକୁ ଏପରି କରିଥାନ୍ତି । ଏଥିରେ ସୁସ୍ମିତା ଏସବୁ ପ୍ରଶ୍ନର ଉତ୍ତର ଖୁବ୍ ସୁନ୍ଦର ଭାବେ ଦେଉଛନ୍ତି । ସୁସ୍ମିତା କହୁଛନ୍ତି, ତାଳି ବାଜେ ଉତ୍ସାହ ବଢାଇବାକୁ । ନୂଆ ପରିଚୟ ଦେବାକୁ ଓ ହୃଦୟକୁ ହୃଦୟରେ ମିଶାଇବାକୁ । ସୁସ୍ମିତାଙ୍କ ଏପରି ଉତ୍ତର ଶୁଶି କିନ୍ନରମାନେ ବହୁତ ଖୁସି ହୋଇଯାଇଛନ୍ତି । ସୁସ୍ମିତାଙ୍କର ଏହା ଆମ ପାଇଁ ଏକ ବଡ ଉପହାର ବୋଲି କହିଛନ୍ତି ।
Comments are closed.