ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ସେମାନେ ସରକାରୀ ଜାଗାରେ ଘର ତିଆରି କରି ରହୁଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାଥାଉକି,ରବିବାର ସଂଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେହେରାମପୁରରେ ଏକ ଘରେ ସନ୍ଦେହଜନକ କାରବାରରେ ଲିପ୍ତ ଥିବାର ଖବର ମିଳିଥିଲା । ପୋଲିସର ଚଢ଼ାଉ ବେଳେ ପୋଲିସ ଏବଂ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ଆଡିସନାଲ ଏସ୍ପିଙ୍କ ସମେତ ୨ କନେଷ୍ଟବଳ ଆହତ ହୋଇଥିଲେ ।
ସେପଟେ ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ ଅଛନ୍ତି । ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ହେଲେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଥିଲା । ୧୦ ରୁ ଅଧିକ ବାଂଲାଦେଶୀ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ କହିଛି ।
ତେବେ ବେଆଇନ୍ ଭାବେ ଏତ ପରିମାଣର ଅସ୍ତ୍ରଶସ୍ତ୍ର କିପରି ଘରେ ରଖିଥିଲେ । ତାକୁ ନେଇ ପୋଲିସ ତଦନ୍ତ କରିଥିଲା । ଏହିକ୍ରମରେ ସୋମବାର ଦିନ ବେଆଇନ ଭାବେ କରିଥିବା ଘରକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ ।
Comments are closed.