Latest Odisha News

BREAKING NEWS

Corrupt Employees: ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା, କହିଲେ ସମସ୍ତଙ୍କୁ କରାଯିବା ଟ୍ରାକିଂ

ଭୁବନେଶ୍ୱର: ଏଣିକି ସାବାଡ ହେବେ ଦୁର୍ନୀତିଖୋର କର୍ମଚାରୀ। ସରକାରଙ୍କଠାରୁ କେହି ବର୍ତ୍ତିପାରିବେନି। କାରଣ ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି।

ଦୁର୍ନୀତିଖୋରଙ୍କୁ ଠାବ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁର୍ନୀତିଖୋର କର୍ମଚାରୀଙ୍କୁ ଠାବ କରାଯିବ। ଏହି ଜ୍ଞାନ କୌଶଳ ଆପଣେଇବା ପାଇଁ ଆଲୋଚନା ଆରମ୍ଭ ହୋଇଯାଇଛି। ଏପରିକି ସନ୍ଦେହ ଘେରରେ ଥିବା କର୍ମଚାରୀଙ୍କ ଗତିବିଧି ଟ୍ରାକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

Comments are closed.