Latest Odisha News

BREAKING NEWS

ଫ୍ଲାଇଟରେ ଥିଲେ କରୋନା ସଦିଗ୍ଧ, କକପିଟ ଦେଇ ଡେଇଁ ପଳାଇଲେ ପାଇଲଟ୍‌

ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଦିନକୁ ଦିନ ଜନସାଧାରଣମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବା ସହ ଆତଙ୍କିତ ହୋଇପଡିଛନ୍ତି ।

ନିକଟ ଅତିତରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ଏକପ୍ରକାର ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଏନଡିଟିଭି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏୟାର ଏସିଆର ଏକ ବିମାନ ୧୮-୭୩୨ ପୁଣେ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ବେଳେ ଯାତ୍ରୀଙ୍କ ମଧ୍ୟରେ ଜଣେ କରୋନା ସଦିଗ୍ଧ ଥିବା ନେଇ ଜଣାପଡିଥିଲା । ଯାହାପରେ ବିମାନ ଭିତରେ ଆତଙ୍କ ଖେଳିଯାଇଥିଲା ।

ପରେ ବିମାନ ଲ୍ୟାଣ୍ଡିଂ କରିବା ପରେ ଅତ୍ୟନ୍ତ ଭୟଭୀତ ହୋଇ ଜଣେ ପାଇଲଟ୍‌-ଇନ୍‌-କମାଣ୍ଡ କକପିଟର ସେକେଣ୍ଡାରୀ ଏକଜିଟ୍ ଦେଇ ତଳକୁ ଡେଇଁ ପଡିଥିଲେ ।

ପରବର୍ତ୍ତୀ ସୟରେ ଯାତ୍ରୀଙ୍କୁ ବିମାନର ପଛଗେଟ୍ ଦେଇ ବାହାରକୁ ବାହାର କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଫ୍ଲାଇଟ୍ ଅଲଗା ସ୍ଥାନରେ ଛିଡା କରି ସଫା କରାଯାଇଥିଲା ।

ଏନେଇ ଏୟାର ଏସିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାରେ ସବୁ ଯାତ୍ରୀଙ୍କର ଟେଷ୍ଟିଂ କରାଯାଇଥିଲା ଏବଂ ସମସ୍ତଙ୍କର ରିପୋର୍ଟ ନେଗେଟିଭ ବାହରିଛି । ଏଥିସହିତ ଆମ କ୍ରୁ ମେମ୍ବର ଦଳଙ୍କୁ ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ପ୍ରଶିକ୍ଷଣ ଦିଆଯାଉଛି ।

Comments are closed.