Latest Odisha News

BREAKING NEWS

ଅଜାଣତରେ ଏହି ଭୁଲ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଛି କରୋନା; ଜାଣନ୍ତୁ ଓ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢ଼ିବା ପାଇଁ ପ୍ରତ୍ୟେକ ଲୋକ ପ୍ରସ୍ତୁତି କରୁଛନ୍ତି । ନିଜକୁ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ସାନିଟାଇଜର ଓ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ ଆମେ ପ୍ରତିଦିନ ଏମିତି କିଛି ଭୁଲ କରୁଛେ, ଯାହା ଭାଇରସକୁ ସହଜରେ ସଂକ୍ରମଣ କରିବାକୁ ଡାକୁଛନ୍ତି ।

ଡାକ୍ତରମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲଗାତାର ପରାମର୍ଶ ଦେଉଛନ୍ତି । ନିଜ ହାତକୁ ଚେହେରା ଠାରୁ ଦୂରେଇ ରଖିବାକୁ କହୁଛନ୍ତି । ଏହାପରେ ମଧ୍ୟ ଆମେ ଏହାକୁ ଗମ୍ଭୀରତାର ସହ ନେଉ ନାହୁଁ ।

ଅନ୍ତର୍ଜାତୀୟ ମେଡିକାଲ ପତ୍ରିକା ଏନସିବିଆଇରେ ପ୍ରକାଶିତ ଏକ ଅନୁସନ୍ଧାନରୁ ହୋଇଥିବା ଖୁଲାସାରେ ଆମେ ଅଜାଣତରେ ପ୍ରତି ଘଣ୍ଟାରେ ପାଖାପାଖି ୨୩ ଥର ନିଜ ଚେହେରାକୁ ସ୍ପର୍ଶ କରିଥାଉ । ଏହି ପତ୍ରିକାର ଦ୍ୱିତୀୟ ଗବେଷଣାରୁ ଜଣାପଡିଛି ଯେ, ଆମେ ୧ ଘଣ୍ଟାରେ ୧୫ଥର ନିଜ ଆଙ୍ଗୁଳିକୁ ନାକ ଭିତରେ ପୁରେଇ ଥାଉ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା ଯେ, ଅଜାଣତରେ ୯୦ ପ୍ରତିଶତ ଲୋକ ପ୍ରତି ଘଣ୍ଟାରେ ନିଜର ଚେହେରା, ନାକ, ମୁହଁ କିମ୍ବା ଆଖିରେ ସ୍ପର୍ଶ କରନ୍ତି ।

Leave A Reply

Your email address will not be published.