Latest Odisha News

BREAKING NEWS

ଡ଼ରାଇଲାଣି ‘ଡିପଥେରିଆ’, ରାୟଗଡାରେ ବଢୁଛି ସଂକ୍ରମଣ ସଂଖ୍ୟା

ରାୟଗଡା: ରାୟଗଡାରେ ବ୍ୟାପୁଛି ଡିପଥେରିଆ | ରାୟଗଡା କାଶୀପୁର ଅଞ୍ଚଳରେ ୧୦ ଦିନ ଭିତରେ ଗଲାଣି ୫ ଶିଶୁଙ୍କ ଜୀବନ | ସଂକ୍ରମଣ ସଂଖ୍ୟା ଯେପରି ବୃଦ୍ଧି ନହେଉ କି ଏଥିରେ ନିରୀହ ଶିଶୁଙ୍କ ଜୀବନ ନଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତରୀ ଟିମ ଓ ବିଶେଷଜ୍ଞ ଟିମ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି |

ରାୟଗଡା ଜିଲ୍ଲାରେ କାୟା ମେଲାଉଛି ଡିପଥେରିଆ | ରାୟଗଡା ଜିଲ୍ଲା ମୁନୁଷପଦର ଗାଁରେ ଗତ ୬ ତାରିଖରୁ ଶିଶୁମାନଙ୍କର ଗଲା ଦରଜ ହେବ ସହ ଜ୍ୱର ମଧ୍ୟ ହେଉଥିଲା | ଏହାପରେ ରାୟଗଡା ଓ କଳାହାଣ୍ଡି ସିଡିଏମଓଙ୍କ ନେତୃତ୍ୱରେ ଡାକ୍ତରୀ ଟିମ ପହଞ୍ଚି ରୋଗ ପ୍ରଭାବିତ ଅଞ୍ଚଳରେ ସମୀକ୍ଷା କରିବା ସହ ଗାଁରେ ପାଟି ଘରକୁ ଯାଇ ସର୍ଭେ କରୁଛନ୍ତି | ଏହାସହିତ ଭୀବନେଶ୍ୱର ଓ କୋରାପୁଟ ରୁ ମଧ୍ୟ ଏକ ଡାକ୍ତରୀ ଟିମ ପହଞ୍ଚିଛି | ସର୍ଭେରେ ସଂଗୃହିତ ନମୁନାକୁ ପରୀକ୍ଷା କରିବା ପରେ ଏଥିରେ ଡିପଥେରିଆ ଜୀବାଣୁ ଥିବା ସ୍ପଷ୍ଟ ହୋଇଛି |

ଯାହାକୁ ନେଇ ସିଡିଏମଓଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଟିମ ଓ ବିଶେଷଜ୍ଞ ଟିମ ଡିପଥେରିଆ ରୋଗର କାରଣ ଖୋଜିବା ସହ ଯେପରି ସଂକ୍ରମଣ ଆଗକୁ ନ ବଢେ ସେନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ଏହାସହିତ ସଂକ୍ରମିତ ହୋଇଥିବା ଶିଶୁଙ୍କୁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ସେପଟେ ଆରମ୍ଭ ହୋଇଯାଇଛି ଟୀକାକରଣ ଅଭିଯାନ | ଆଗ୍ରାରୁ ଡିପଥେରିଆର ସ୍ୱତନ୍ତ୍ର ଟୀକା ଆଣ୍ଟି ଟକ୍ସନ ଭ୍ୟାକସିନ ଅଣାଯାଇ ପିଲାମାନଙ୍କୁ ଦିଆଯାଊଛି|

ଡିପଥେରିଆ ରୋଗର ଲକ୍ଷଣ;
ଡିପଥେରିଆ ଏକ ସଂକ୍ରମିତ ତଥା ଘାତକ ରୋଗ | ଯାହା ସହଜରେ ଶିଶୁଟିକୁ ସଂକ୍ରମିତ କରିଥାଏ | ଯାହାର ପ୍ରଥମ ଲକ୍ଷଣ ହେଉଛି ଗଳା ଫୁଲି ଦରଜ ହେବା ସହ ଜ୍ୱର ହେବା | ଡିପଥେରିଆ ହୋଇଥିଲେ ଗଳାରେ ଖାଦ୍ୟ ଢୋକିବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ | ଏହା ସହିତ ଗଳାରେ ଧଳା ଧଳା ଦାଗ ହୋଇଯିବ ସହ ସେଥିରୁ ବିଷାକ୍ତ ତରଳ ପଦାର୍ଥ ବାହାରିଥାଏ |

 

 

 

Leave A Reply

Your email address will not be published.