Latest Odisha News

ଅଂଶୁଘାତରେ ଗଲାଣି ୪୧ ଜୀବନ

ଭୁବନେଶ୍ବର: ରାଜ୍ୟରେ ଏଯାବତ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହେଲାଣି । ଏପର୍ଯ୍ୟନ୍ତ ଅଂଶୁଘାତରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ  ସେଥିରୁ ୪୧ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି । ଆହୁରି  ୭୩ଟି ଅଭିଯୋଗର ତଦନ୍ତ ଚାଲିଛି ବୋଲି ସୂଚନେ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି କିଛି ମୃତଦେହ ପରିବାର ଲୋକ ପୋଷ୍ଟମର୍ଟମ ନକରି ନେଇଯାଇଛନ୍ତି, ତେଣୁ ତାଙ୍କର ମୃତ୍ୟୁ ବାସ୍ତବରେ ଅଂଶୁଘାତଜନିତ କି ନାହିଁ ଜଣାପଡିନାହିଁ । ତେବେ ଗତକାଲି ଅଂଶୁଘାତରେ ୧୬ ଜଣ ବିଭିନ୍ନ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି  ।

ତେବେ ରାଜ୍ୟକୁ ମୌସୁମୀ ବାୟୁ ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିନାହିଁ । ମୌସୁମୀ ବାୟୁ ଓଡିଶା ଛୁଇଁଥିଲେ ମଧ୍ୟ ଆଗକୁ ଅଗ୍ରସର ହେବା ପାଇଁ କୌଣସି ଅନୁକୂଳ ସ୍ଥିତି ନାହିଁ । ଆହରି ମଧ୍ୟ ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି, ଯେଉଁ କାରଣରୁ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉଛି । ଆଗାମୀ ୫ ଦିନ ଉତ୍ତର ଓଡିଶା ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.