Latest Odisha News

BREAKING NEWS

ମୁକ୍ତିଲାଭ କଲା ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’ । ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଫିଲ୍ମ ‘ଆଞ୍ଜେଲ’ ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିଛି ।

ରାଜଧାନୀର ସ୍ଵାତି କମ୍ପ୍ଲେକ୍ସରେ ଏହାର ପ୍ରିମିୟର ଶୋ’ ହୋଇଯାଇଛି । ଓଲିଉଡ଼ର ଅନେକ ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସିନେ ସମୀକ୍ଷକ ମାନେ ପ୍ରିମିୟର ସୋ ଦେଖିଛନ୍ତି । ପ୍ରଥମ ଦିନରେ ଶୋ’ ହାଉସଫୁଲ ରହିଥିବା ଦେଖିବାକୁ ମିଳିଛି । ସିନେ ସମୀକ୍ଷକ ଏବଂ ଦର୍ଶକ ଫିଲ୍ମଟିକୁ ଭୁରିଭୁରି ପ୍ରଶଂସା କରିଛନ୍ତି ।

ଫିଲ୍ମରେ ଶିଶୁ ଚାଲାଣର ସୁନ୍ଦର ବାର୍ତ୍ତା ଦିଆଯାଇଛି । ଜଣେ ସାହସୀ ପୋଲିସ ଅଧିକାରୀଙ୍କ ୮ ବର୍ଷର ଝିଅକୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି ଏବଂ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ପୋଲିସ ମାଷ୍ଟରମାଇଣ୍ଡକୁ ଧରିପାରିଛନ୍ତି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି ।

ଆଞ୍ଜେଲରେ ମୁଖ୍ୟ ଅଭିନୟରେ ପାର୍ଥସାରଥୀ ରାୟ, କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର ଅଭିନୟ କରିଥିବାବେଳେ, ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଅଭିନୟ କରିଛନ୍ତି । ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି ଶିଶୁ କଳାକାର ସାଇ ତ୍ରିଷ୍ଣା ।

Comments are closed.