Latest Odisha News

BREAKING NEWS

ଏପ୍ରିଲ୍ ଶେଷ ସପ୍ତାହରୁ ଓଡିଶାରେ ୩ଟି ମେମୁ ଟ୍ରେନ ଚଳାଚଳ କରିବ

ଭୁବନେଶ୍ୱର : ଓଡିଶାରେ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଚଳିତ ସପ୍ତାହ ଠାରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ତିନିଟି ପାସେଞ୍ଜର ଟ୍ରେନ ଯଥା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇଅଛି।

ଏହି ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନକୁ ଅପସାରଣ କରାଯିବ ଏବଂ ନୂତନ ନମ୍ବର ହୋଇ ଟ୍ରେନ ଚଳାଚଳ କରିବ ।

ସେଗୁଡିକ ମଧ୍ୟରେ ରହିଛି-

  1. ୬୮୪୦୮/୬୮୪୦୭ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ଚଳିତ ମାସ ୨୦ ତାରିଖରୁ ଏବଂ ଭଦ୍ରକ ଠାରୁ ଚଳିତ ମାସ ୨୧ ତାରିଖରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ଚଳାଚଳ କରିବ ।
  2. ୬୮୪୧୧/୬୮୪୧୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ଦିଗରୁ ଚଳିତ ମାସ ୨୧ ତାରିଖରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ଚଳାଚଳ କରିବ ।
  3. ୬୮୪୧୯/୬୮୪୨୦ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ଚଳିତ ମାସ ୨୧ ତାରିଖରୁ ଏବଂ ପଲାସା ଠାରୁ ଚଳିତ ମାସ ୨୨ ତାରିଖରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ଚଳାଚଳ କରିବ।

ଟ୍ରେନ ଗୁଡିକର ରକ୍ଷଣାବେକ୍ଷଣ ଦିନମାନଙ୍କରେ ଦୈନିକ ଯାତ୍ରୀ ମାନଙ୍କର ସୁବିଧା ପାଇଁ ପୂର୍ବ ପ୍ରଚଳିତ ଲୋକାଲ ଟ୍ରେନ ଚଳାଚଳ କରିବ ଓ ଏହି ମେମୁ ଟ୍ରେନ ଗୁଡିକ ପୂର୍ବରୁ ଚଳାଚଳ କରୁଥିବା ଲୋକାଲ ପାସେଞ୍ଜର ଟ୍ରେନ ସମୟ ସାରଣୀ ଅନୁଯାଇ ଯାତ୍ରା କରିବ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.