Latest Odisha News

BREAKING NEWS

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

କେନ୍ଦ୍ରାପଡା: ନଦୀ କୂଳରୁ ନିଖୋଜ ହୋଇଗଲେ ମହିଳା। ଶୌଚ ହେବାକୁ ଯାଇ ଆଉ ଫେରିଲେ ନାହିଁ। ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ମହିଳା ନିଖୋଜ ପରେ ତଦନ୍ତ ଜାରି ରହିଛି। ବ୍ରାହ୍ମଣୀ ନଦୀରେ ମହିଳା ଶୌଚ ହେବାକୁ ଯାଇଥିଲେ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ ନଦୀକୁ ଶୌଚ ହେବାକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପରେ ମଧ୍ୟ ସେ ଆଉ ଘରକୁ ଫେରିନଥିଲେ ।

ତେବେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅନୁମାନ କରାଯାଉଛି । ଶୁଚିସ୍ମିତାଙ୍କ ଚପଲ,ବାଲ୍ଟି ଓ ବ୍ରସ ନଦୀ କୂଳରେ ରଖାଯାଇଛି । ହେଲେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ଏହି ଖବର ପ୍ରଘଟ ହେବା ପରେ ଦମକଳ ବାହିନୀ ଖୋଜାଖୋଜି ଆରମ୍ଭ କରିଛି । ସକାଳେ ଶୁଚିସ୍ମିତା ନଦୀକୁ ଶୌଚ ହେବାକୁ ଯାଇଥିଲେ ହେଲେ ଦୀର୍ଘ ସମୟ ଯାଏଁ ସେ ଆଉ ଫେରିନଥିଲେ । ତେବେ ଦମକଳବାହିନୀ ଖୋଜାଖୋଜି ଆରମ୍ଭ କରିବାପରେ ନଦୀକୂଳରେ ହଜାର ହଜାର ଲୋକଙ୍କୁ ଦେଖିବାକୁ ମିଳିଛି । ନଦୀରେ ଜାଲ ପକାଇ ଏବଂ ବୋଟେ ଯୋଗେ ଖୋଜାଖୋଜି ଚାଲିଛି ।

Comments are closed.