Latest Odisha News

BREAKING NEWS

ମାମୁଁଘର ଗାଁରେ ଭଣଜାର ସନ୍ଦେହଜନକ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡି ଅଞ୍ଚଳର ନୁନରେସ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମାମୁଁଘର ଗାଁକୁ ଯାଇ ଭଣଜାର ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅୁସାରେ, ଥୁଆମୂଳ ଭଟାଗୁଡା ଗ୍ରାମର ବୁଟିସିଂ ମାଝୀଙ୍କ ବିବାହିତ ପୁଅ କିଆଫୁଲ ମାଝୀ (୪୦)ନିଜ ସ୍ତ୍ରୀ ମହକେଇ ମାଝୀ ଓ ପୁଅକୁ ନେଇ ଗତ ୨୨ ତାରିଖରେ ମାମୁଁ ବାନ୍ଦୁ ମାଝୀ ଘର ନୁନରେସ୍ ଗାଁକୁ ଯାଇଥିଲା।୨୩ ତାରିଖ ରାତିରୁ କିଆଫୁଲ ଆଉ ମାମୁଁ ଘରକୁ ଫେରିନଥିଲା। ପରଦିନ ୨୪ ତାରିଖ ସକାଳୁ ଖୋଜାଖୋଜି କରିଲାପରେ ଗ୍ରାମ ନିକଟ ଜଙ୍ଗଲର ଏକ ପଣସ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ମିଳିଥିଲା । ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ନେଇ କିଆଫୁଲର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହି ଘଟଣା ନେଇ କିଆଫୁଲର କାକା ଘାସିରାମ ମାଝୀ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ତୁରନ୍ତ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ଗୁଣପୁର ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍ ଦଳକୁ ଖବର ଦେଇଥିଲେ । ପରେ ସାଇଣ୍ଟିଫିକ୍ ଦଳ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା । ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ ଥୁଆମୂଳ ରାମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।ଗୁଣପୁର ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଏହି ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.