Latest Odisha News

BREAKING NEWS

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲିରେ କ୍ରାଇମ୍ ବ୍ରାଞ୍ଚ ଟିମର ତଦନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ  କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଲିସ ଶର୍ମିଷ୍ଠାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାର ପତ୍ତା ପୁଲିସ ନପାଇବାରୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତ କରିଛନ୍ତି ।

ଗତ ଫେବ୍ରୁଆରି ମାସ ୬ ତାରିଖରେ ରାତିରେ ଶର୍ମିଷ୍ଠା ଓ ତାର ୫ ଜଣ ସହଯୋଗୀ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ କରିବାକୁ ଆସିଥିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗ୍ରାମର ଦଧିବାମନ କ୍ଲବ ଛକରୁ ମାନସଙ୍କୁ ଅପହରଣ କରାଯାଇଥିଲା । ମାନସ ଅପହରଣ ହେବା ପରେ ଏହି ଅଭିଯୁକ୍ତମାନେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ ।

ସେଦିନ ବାହାଘର ହୋଇଥିବା ଝିଅଙ୍କ ଘରକୁ ଯାଇ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ କରିଛି । ଚାନ୍ଦବାଲି ଆଇଆଇସି କରୁଣାକର ରାଉତ ଓ ଚାନ୍ଦବାଲି ଏସ ଡି ପି ଓଙ୍କ ସହ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଟିମ୍ କଥା ହୋଇଛନ୍ତି । ଏହି ତଦନ୍ତରେ କ୍ରାଇମ୍ ବ୍ରାଞ୍ଚର ଡିଏସପି ଓ ଏହି ଟିମର ୫ ଜଣ ତଦନ୍ତକାରୀ ଅଧିକାରୀ ସାମିଲ୍ ଅଛନ୍ତି ।

Leave A Reply

Your email address will not be published.