Latest Odisha News

ହ୍ରିତିକଙ୍କ ପରେ ସୁଜୈନ ଖାଁ ଖୋଜି ନେଲେ ନୂଆ ପ୍ରେମିକ

ମୁମ୍ବାଇ: ହ୍ରିତିକ ରୋଶନ ଓ ସୁଜୈନ ଖାଁଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୧୭ ବର୍ଷ ଏକତ୍ର ରହିବା ପରେ ଉଭୟ ଶେଷରେ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ଛାଡପତ୍ର ପରେ ଉଭୟ ସେମାନଙ୍କ ଜୀବନରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ହ୍ରିତିକ ଏବେ ସବା ଆଜାଦଙ୍କ ପ୍ରେମରେ ପାଗଳ ହୋଇ ପଡିଛନ୍ତି । ଅପରପକ୍ଷରେ ଅର୍ସଲାନ ଗୋନୀଙ୍କ ପ୍ରେମରେ ପଡିଛନ୍ତି ସୁଜୈନ । ନିକଟରେ ଏକ ସାକ୍ଷାତକାରରେ ସୁଜୈନଙ୍କ ମାଆ ଜରୀନ ଖାଁ ମଧ୍ୟ ଝିଅର ପ୍ରେମ ସମ୍ପର୍କରେ ମୋହର ମାରିଛନ୍ତି । ଅର୍ସଲାନ ଆଇନର ପାଠ ପଢ଼ିଛନ୍ତି ଏବଂ ଜଣେ ଭଲ ପରିବାରରୁ ଆସିଛନ୍ତି ବୋଲି କହିଛନ୍ତି । ସୁଜୈନ ଏବେ ବେଶ ଖୁସି ଅଛି ।

ଏହି ଅବସରରେ ସେ ଡୁଗୁ (ହ୍ରିତିକ)ଙ୍କୁ ଏବେ ବି ତାଙ୍କ ପୁଅ ପରି ମାନୁଛନ୍ତି । ସେ ଜଣେ ଭଦ୍ର ବ୍ୟକ୍ତି ଓ ଭଲ ମଣିଷ । ହ୍ରିତିକ ଓ ସୁଜୈନ ଏବେ ବି ଭଲ ବନ୍ଧୁ ଭାବେ ଚଳୁଛନ୍ତି । ଉଭୟ ସେମାନଙ୍କ ପିଲାମାନଙ୍କ ପାଇଁ ଉପଯୁକ୍ତ ସମୟ ଦେଉଛନ୍ତି ।

Leave A Reply

Your email address will not be published.