Latest Odisha News

BREAKING NEWS

ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ବୃଦ୍ଧି କଲା ମ୍ୟାନାମାର

ନାଏପିଡାଉ: ମ୍ୟାନାମାରର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କ ଜେଲଦଣ୍ଡ ଆଉ ୭ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ମ୍ୟାନାମାର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହେଲିକପ୍ଟର ନିଯୁକ୍ତି ଓ ରକ୍ଷଣାବେକ୍ଷଣା ସହ ଜଡିତ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଛି । ସେ କିନ୍ତୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରଥମରୁ ଖଣ୍ଡନ କରି ଆସୁଛନ୍ତି । ସାମରିକ ଶାସନ ବିରୋଧରେ ପ୍ରାୟ ଏକ ଦଶନ୍ଧି ଧରି ସେ ଲଢ଼ିଥିଲେ । ତାଙ୍କ ଉଦ୍ୟମ ବଳରେ ଏଠାରେ ଗଣତନ୍ତ୍ର ଲାଗୁ ହୋଇଥିଲା । ଏଥିନେଇ ସେ ୧୫ ବର୍ଷ ଧରି ଜେଲଦଣ୍ଡ ଭୋଗୁଥିଲେ ।

୨୦୨୧ରେ ସେନା ପୁଣି ଦେଶର ଶାସନ ଭାର ହାତେଇ ନେଇଛି । ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ବଳପୂର୍ବକ ଦମନ କରାଯାଉଛି । ଅନ୍ୟ ଦେଶର ଚାପ ପରେ ୨୦୨୩ରେ ଦେଶରେ ପୁନର୍ବାର ନିର୍ବାଚନ ହେବ ବୋଲି ସେନା ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.