Latest Odisha News

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜୁନିଅର ଏକଜୁକ୍ୟୁଟିଭ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏଟିସି, ମ୍ୟାନେଜର ଓ ସିନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ନିଯୁକ୍ତି ଲାଗି ୨୦୨୩ ଜାନୁଆରୀ ୨୧ ଯାଏ ଆଶାୟୀ ଅନଲାଇନରେ ଆବେଦନ କରି ପାରିବେ । ବିଭିନ୍ନ ପଦରେ ନିଯୁକ୍ତି ଲାଗି ଯୋଗ୍ୟତା ଓ ସର୍ତ୍ତାବଳୀ ଭିନ୍ନ ରହିଛି ।

ଅନଲାଇନ୍ ଆବେଦନ ୨୦୨୨ ଡିସେମ୍ବର ୨୨ରୁ ଆରମ୍ଭ ହୋଇ ସାରିଛି । ୨୦୨୩ ଜାନୁଆରୀ ୨୧ ଯାଏ ଅନଲାଇନ୍ ଆବେଦନ ଚାଲୁ ରହିବ । ଆବେଦନକାରୀଙ୍କୁ ୨୧ ଜାନୁଆରୀ ସୁଦ୍ଧା ଅନଲାଇନରେ ଅର୍ଥ ଜମା କରିବାକୁ ପଡ଼ିବ ।

ଜୁନିଅର ଏକଜୁକ୍ୟୁଟିଭ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ୩୫୬ଟି ପଦ ଥିବାବେଳେ ମ୍ୟାନେଜର (ଅଫିସିଆଲ୍ ଲାଙ୍ଗୁଏଜ୍) ୨ଟି ପଦ, ଜୁନିଅର ଏକଜୁକ୍ୟୁଟିଭ୍ (ଅଫିସିଆଲ୍ ଲାଙ୍ଗୁଏଜ୍) ୪ଟି ପଦ, ସିନିଅର ଆସିଷ୍ଟାଣ୍ଟ ୨ଟି ପଦ ଏଭଳି ୩୬୪ଟି ପଦରେ ଭର୍ତ୍ତି କରାଯିବ ।

ଜୁନିଅର ଏକଜୁକ୍ୟୁଟିଭ୍ ଏଟିସି ଲାଗି ଆବେଦନକାରୀ ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଜରୁରୀ । ସେହିଭଳି ଅନ୍ୟ ସମସ୍ତ ପଦ ଲାଗି ସ୍ନାତକୋତ୍ତର କରିଥିବା ଆବଶ୍ୟକ ।

Leave A Reply

Your email address will not be published.