Latest Odisha News

ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡ

ନାପିଦ୍ୱା: ମ୍ୟାନାମାର ପ୍ରତିଷ୍ଠିତ ସମାଜସେବୀ ତଥା ନେତା ଅଙ୍ଗ ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ନୋବେଲ ପୁରସ୍କାର ବିଜେତାଙ୍କ ବିରୋଧରେ କରୋନା ନିୟମ ଉଲ୍ଳଂଘନ ଓ ଉତେଜନା ସୃଷ୍ଟିକାରୀ ଭାଷଣର ଅଭିଯୋଗ ଆସିଥିଲା । ସେ ଦେଶରେ ମିଲିଟାରୀ ଶାସନକୁ ତୀବ୍ର ବିରୋଧ କରି ଆସୁଥିବାରୁ ତାଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୂର୍ବରୁ ସେ ୨ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଛନ୍ତି ।

ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଆସିଥିବା ସମସ୍ତ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେଲେ ୧୦୦ରୁ ଊର୍ଦ୍ଧ୍ୱ ବର୍ଷ ଜେଲଦଣ୍ଡ ଭୋଗିବେ । ଇତି ମଧ୍ୟରେ ମିଳିତ ଜାତିସଂଘ, ୟୁରୋପୀୟ ୟୁନିୟନ, ବ୍ରିଟେନ ସରକାର ଏବଂ ଅନ୍ୟ ଆନ୍ତର୍ଜାତୀୟ ଅନୁଷ୍ଠାନ ଏହି ଦଣ୍ଡାଦେଶକୁ ନିନ୍ଦା କରିଛନ୍ତି ।

Comments are closed.