Latest Odisha News

BREAKING NEWS

ବୁର୍ଲା ଭୀମସାରରେ ସଂକ୍ରମଣର କାରଣ ଖୋଜା: ୨୧ ଜଣଙ୍କର ହେବ ଜିନୋମ୍ ସିକ୍ୱେନ୍ସିଂ

ସମ୍ୱଲପୁର: ବୁର୍ଲୀ ଭୀମସାରରେ କେମିତି ସଂକ୍ରମିତ ହେଲେ ଡାକ୍ତରୀୟ ଛାତ୍ରଛାତ୍ରୀ ? ଟିକାର ଦୁଇଟି ଲେଖାଏ ଡୋଜ୍ ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାର କାରଣ ଖୋଜିବା ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ ସଂକ୍ରମିତ ୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯିବ । ସେମାନଙ୍କର ନମୁନା ଭୁବନେଶ୍ୱର ପଠାଯାଇଛି ।

ବୁର୍ଲା ଭୀମସାରରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ଟିକା ନେଇଛନ୍ତି । ତଥାପି କରୋନା ସଂକ୍ରମିତ ହୋଇଛନ୍ତି । ନଭେମ୍ବର ୧୩-୧୪ ତାରିଖରେ ଭୀମସାରର ବାର୍ଷିକୋତ୍ସବରେ ଯୋଗ ଦେବା ପରେ ଛାତ୍ରଛାତ୍ରୀଙ୍କ ପାଖରେ ଲକ୍ଷଣ ଦେଖାଦେଇଥିଲା । ପଜିଟିଭ୍ ଚିହ୍ନଟ ପରେ ସମସ୍ତେ ଆଇସୋଲେସନରେ ଅଛନ୍ତି ।

Leave A Reply

Your email address will not be published.