Latest Odisha News

BREAKING NEWS

କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଛାନିଆ କଲାଣି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ । ଯାହାର ନାଁ ରଖାଯାଇଛି ଓମିକ୍ରୋନ୍ । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କାଟାଗୋରୀରେ ରଖିଥିବା ବେଳେ ସାରା ବିଶ୍ୱର ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ଆଜି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବରିଷ୍ଠ ଅଧିକାରୀଙ୍କ ସହ ସାଢେ଼ ୧୦ଟାରେ ଆଲୋଚନା କରିବେ ।

ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ନେଇ ବୈଠକରେ ଆଲୋଚନା ହେବ । ଏବେ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ପରେ କରୋନା ସଂକ୍ରମଣ ଦ୍ରୁତ ବ୍ୟାପୁଛି । କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ ସମେତ ଆଉ କିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଆଜିର ବୈଠକରେ ଶିକ୍ଷାନୁଷ୍ଠାରେ କରୋନା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ।

କରୋନାର ନୂଆ ଭାରିଆଣ୍ଟ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି । ଆମେରିକା, ବ୍ରିଟେନ୍ ସମେତ ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକାକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରି ଦେଲେଣି । ଏଭଳି ସ୍ଥିତିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଡିସେମ୍ବର ୧୫ରୁ ବନ୍ଦ ଥିବା ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରିବାକୁ ଘୋଷଣା କରିଛି । ନୂଆ ଷ୍ଟ୍ରେନ୍ ସତର୍କତା ପରେ ଏଦିଗରେ ଆଜିର ବୈଠକରେ ବିଚାରବିମର୍ଶ କରି କୌଣସି ନିଷ୍ପତ୍ତି ନେଇ ପାରନ୍ତି ପ୍ରଧାନମନ୍ତ୍ରୀ ।

ଏହା ବ୍ୟତୀତ ଟିକାକରଣ ବାବାଦରେ ବି ବୈଠକରେ ଆଲୋଚନା ହେବ । ଘରେ ଘରେ ଲୋକଙ୍କୁ ଟିକା ଦିଆଯାଉଛି । କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ବି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢ଼ାଇଛି ।

Leave A Reply

Your email address will not be published.