Latest Odisha News

BREAKING NEWS

ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଆରମ୍ଭ

ପୁରୀ : ପୁରୀ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ର ଯୁବ ଓ କ୍ରୀଡା ବ୍ୟାପର ବିଭାଗ ଆହ୍ଵାନରେ ଏହା କରାଯାଇଛି । ଏହି  କାର୍ଯ୍ୟକ୍ରମରେ ପୁରୀ କେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀଙ୍କ ନେତୃତ୍ୱରେ ବଡ଼ଦାଣ୍ଡ ଓ ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ, ପଲିଥିନ ସଂଗ୍ରହ କରାଯାଇଥିଲା ।

ଏଥିରେ ଅତିଥିଭାବେ ନେହେରୁ ଯୁବକେନ୍ଦ୍ର ପୂର୍ବାଞ୍ଚଳ ନିର୍ଦ୍ଦେଶକ ନବୀନ ନାୟକ, ଜାତୀୟ ସେବା ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ଯୁବ କେନ୍ଦ୍ରର ନିର୍ଦ୍ଦେଶିକା ରିତା ଭଗତ, ରାଜ୍ୟ ସମାଜସେବା ପୁରସ୍କାର ବିଜେତା ସଂଗଠକ ବଦ୍ରି ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଅନ୍ୟପଟେ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଜିଲାର ସଂଗଠକ ଉପେନ୍ଦ୍ର ବିଶ୍ୱାଳ, ସ୍ୱର୍ଣ୍ଣଲତା ଜେନା, ମନୋରଞ୍ଜନ ସୁନ୍ଦର ରାୟ, ସଞ୍ଜୟ କୁମାରପ୍ରଧାନ, ରୋଜାଲିନ ପଣ୍ଡା, ତାରାପ୍ରସାଦ ଦାସ , ଶିବାନନ୍ଦ ପାଢ଼ୀ, କୃଷ୍ଣଚନ୍ଦ୍ର ସାହୁ, ସୁଂକ୍ତା ମାଝୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧ ତାରିଖରୁ ୩୧ତାରିଖ ର୍ପ୍ୟନ୍ତ ଚାଲିବ।

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କ୍ଲବ, ସମର ଶିକ୍ଷାର୍ଥୀ ବାହିନୀ ଓ ଜନ ପ୍ରତିନିଧିମାନଙ୍କ ସହଯୋଗରେ ୧୧ହଜାର କିଲୋ ପ୍ଲାଷ୍ଟିକ ପଲିଥିନ୍ ସଂଗ୍ରହ କର।ଯାଇ ତାହାକୁ ନଷ୍ଟ କରାିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.