Latest Odisha News

BREAKING NEWS

ସ୍ୱାମୀ ଚେତନାନନ୍ଦ ସରସ୍ୱତୀ (ପ୍ରଫେସର ଡ଼. ଚକ୍ରପାଣି ମିଶ୍ର)ଙ୍କ ପରଲୋକ

ଭୁବନେଶ୍ବର: ସ୍ୱାମୀ ଚେତନାନନ୍ଦ ସରସ୍ୱତୀ (ପ୍ରଫେସର ଡ଼. ଚକ୍ରପାଣି ମିଶ୍ର) ଙ୍କ ପରଲୋକ ହୋଇଛି। ସେ ୧୯୩୩ ମସିହା ମାର୍ଚ୍ଚ ୨୭ରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଫେସର (ଡ଼) ଚକ୍ରପାଣି ମିଶ୍ର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ।

ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ପରମହଂସଙ୍କ ଶିକ୍ଷା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଶ୍ରୀମଦ୍ ସ୍ୱାମୀ ବିଶ୍ୱୁଦ୍ଧାନନ୍ଦ ସରସ୍ୱତୀ ତାଙ୍କୁ ୧୯୯୫ ମସିହାରେ ସନ୍ୟାସ ଦୀକ୍ଷା ଦେଇଥିଲେ ।

ସେ ଜଣେ କୃତୀ ଛାତ୍ର ଭାବରେ ବିଜ୍ଞାନ ଶିକ୍ଷା ଲାଭ କରିଥିଲେ ଏବଂ ଆମେରିକାର ଡେଭିସ୍ ସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ଡୋନାଲ୍ଡ ଆର ନିଲସେନ୍ ନେତୃତ୍ୱରେ ସେ ପିଏଚଡି କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଓଡିଶା କୃଷି ବୈଜ୍ଞାନିକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ  ଗବେଷଣା କରି ୧୯୯୫ ମସିହାରେ ଅବସର ଗ୍ରହଣ କରିଥିଲେ ।

ତାଙ୍କର କାର୍ଯ୍ୟ ଗୁରୁ ବାବାଙ୍କ ନିର୍ଦ୍ଦେଶିତ ତଥା ଇଚ୍ଛା ଅନୁଯାୟୀ ବଙ୍ଗଳା, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ଆଧ୍ୟାତ୍ମିକ ତଥା ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ତଥା ବିସ୍ତାର କରିବାରେ ସମ୍ପୃକ୍ତ ଥିଲେ । ବିଏନ୍ ଟ୍ରଷ୍ଟର ସର୍ବଧିଶ ଭାବରେ ଚେତନାନନ୍ଦ ସରସ୍ବତୀ ସମଗ୍ର ଭାରତ ତଥା ବିଦେଶରେ, ଉଭୟ ସନ୍ୟାସାଶ୍ରମ ଏବଂ ଗୃହସ୍ଥାଶ୍ରମ ରେ ଅନେକ ଆଧ୍ୟାତ୍ମିକ ସନ୍ଧାନକାରୀଙ୍କୁ ମାର୍ଗଦର୍ଶନ କରୁଥିଲେ ।

Comments are closed.