Latest Odisha News

BREAKING NEWS

ଧର୍ମ ଜାଗରଣ ସମନ୍ୱୟ ବିଭାଗର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତି ସମାରୋହ ପାଳିତ

ଭୁବନେଶ୍ୱର: ଧର୍ମ ଜାଗରଣ ସମନ୍ୱୟ ବିଭାଗ, ଓଡିଶା ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ରାଜ୍ୟସ୍ତରୀୟ ସ୍ମୃତି ସଭା ଓ ବଳିଦାନ ଦିବସ ସ୍ଥାନୀୟ ୟୁନିଟ-୮ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ସମାଜସେବୀ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ୱାମୀଜୀଙ୍କର ତ୍ୟାଗପୁତ ଜୀବନ ଏବଂ ବନବୀସମାନଙ୍କର ଉତ୍ଥାନ ତଥା ଧର୍ମରକ୍ଷାପାଇଁ ବଳିଦାନ ବିଷୟରେ ସ୍ମତି ଚାରଣ କରା ଯାଇଥିଲା ।

 

ଏହି ଦଶମ ସ୍ମୃତି ସଭାରେ ନିଗମ କଳ୍ପତରୁ ଆଶ୍ରମ, ହଂସପାଳର ମୁଖ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟ ଅତିଥିରୂପେ ଯୋଗଦେଇ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ତୁଳନା ନାହିଁ ବୋଲି କହିବା ସହ ସମସ୍ତେ ସେବା ମନୋଭାବ ନେଇ କାର୍ଯ୍ୟକରିବାକୁ ମାର୍ଗ ଦର୍ଶନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ଦୀର୍ଘ ୨୫ ବର୍ଷର କାମ କରିବାର ଅଭିଜ୍ଞତା ତଥା ବନାଂଚଳ ଲୋକମାନଙ୍କ ସ୍ଥିତିର ପରିବର୍ତ୍ତନରେ ସ୍ୱାମୀଜୀଙ୍କର ଅବଦାନ ସମ୍ବନ୍ଧରେ ଆଲେକପାତ କରିଥିଲେ ।

ବନବାସୀ ପିଲାମାନଙ୍କ ମୁହଁରେ ଅର୍ନଗଳ ସଂସ୍କୃତ କଥା କୁହାଇବା ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ସଂସ୍କୃତ ଶିକ୍ଷକ ରୂପେ ବନବାସୀ ପିଲାମାନଙ୍କୁ ଯୋଗ୍ୟ କରାଇବାରେ ସ୍ୱାମୀଜୀଙ୍କର ସମକକ୍ଷ କେହି ନାହାଁନ୍ତି । ବନବାସୀମାନଙ୍କ ସମ୍ବନ୍ଧରେ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ସ୍ୱାମୀଜୀ ପରିବର୍ତ୍ତନ କରିଥିଲେ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ ।

ଆରଏସ୍ଏସ୍ ଢେଙ୍କାନାଳ ବିଭାଗ,କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ କୁମାର ଧଳ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ,ସ୍ୱାମୀଜୀଙ୍କର ଜୀବନ ଦେଶ,ଧର୍ମ ଏବଂ ସମାଜ ପାଇଁ ସଂପୂର୍ଣ୍ଣ ସମର୍ପିତ ଥିଲା ଏବଂ ତାଙ୍କର ଉଦ୍ୟମରେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ହଜାର ହଜାର ଲୋକମାନେ ମଦ ଛାଡିଛନ୍ତି । ସେମାନଙ୍କର ଜୀବନ ଧାରଣର ମାନଦଣ୍ଡ ବଢିଛି ।

ସେ ଜଣେ ସଚ୍ଚା ସନ୍ଥ ଓ ସମାଜ ସଂସ୍କାରକ ଥିଲେ । ସଂଗଠନର ରାଜ୍ୟ ସଂଯୋଜକ ଆଲୋକ କୁମାର ଖଟୁଆ ସମ୍ମାନୀତ ଅତିଥି ଭାବେ ତ୍ରିନାଥ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ରାମନାମ ସଂଙ୍କିର୍ତ୍ତନରେ ସଭା ଆରମ୍ଭ ହୋଇ ଶାନ୍ତିପାଠରେ ଶେଷ ହୋଇଥିଲା । ସଂପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ବ୍ୟକ୍ତିମାନେ ସ୍ୱାମୀଜୀଙ୍କ ଫଟୋ ନିକଟରେ ପୁଷ୍ପମାଲ୍ୟ ଅର୍ପଣକରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ମଧ୍ୟ ସାରା ଓଡିଶାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ତରଫରୁ ଭକ୍ତମାନେ ସ୍ମୃତି ଚାରଣ କରିବା ସହିତ ଧର୍ମରକ୍ଷା ଦିବସ ରୂପେ ପାଳନ କରିଛନ୍ତି ।

Leave A Reply

Your email address will not be published.