Latest Odisha News

BREAKING NEWS

୩୦ ବର୍ଷରେ ପାଦ ଥାପିଲା ପତଞ୍ଜଳି, ଯୋଗକ୍ରାନ୍ତି ପରେ ଆଗକୁ ହେବ ପଞ୍ଚକ୍ରାନ୍ତି

ହରିଦ୍ୱାର: ୩୦ ବର୍ଷରେ ପାଦ ଥାପିଲା ପତଞ୍ଜଳି ଯୋଗ ପୀଠ। ପତଞ୍ଜଳି ପ୍ରତିଷ୍ଠାନର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ସଂକଳ୍ପ ନେଇଛି ଏହି ଯୋଗପୀଠ। ଏହି ଅବସରରେ ସ୍ୱାମୀ ରାମଦେବ କହିଛନ୍ତି ଯେ, ଯୋଗ କ୍ରାନ୍ତି ପରେ ଏବେ ପଞ୍ଚକ୍ରାନ୍ତିର ଶଙ୍ଖନାଦ ହେବ। ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ ବିଦ୍ୟାଳୟକୁ ଭାରତୀୟ ଶିକ୍ଷା ବୋର୍ଡ ସହ ଯୋଡିବାକୁ ଲକ୍ଷ୍ୟ ରହିଛି। ପ୍ରଥମେ ଭାରତରେ ଏବଂ ପରେ ସମଗ୍ର ବିଶ୍ୱରେ ନୂତନ ଶିକ୍ଷା ବ୍ୟବସ୍ଥାରେ ଶଙ୍ଖନାଦ ହେବ ଏବଂ ଭାରତ ଏହାର ନେତୃତ୍ୱ ନେବ।

ପିଲାମାନଙ୍କୁ କେବଳ ଶବ୍ଦବୋଧ ନୁହେଁ ଏହା ସହ ବିଷୟବୋଧ, ଆତ୍ମବୋଧ, ସତ୍ୟପରକ ଭାରତବୋଧ ଏବଂ ନିଜ ଗୌରବର ବୋଧ କରିବାକୁ ପଡିବ। ବିଶ୍ୱରେ ୫ ଶହ କୋଟିରୁ ଅଧିକ ଲୋକ ଯୋଗ, ଧର୍ମ, ସନାତନ ଧର୍ମରେ ଶ୍ରଦ୍ଧା ରଖୁଛନ୍ତି। ପତଞ୍ଜଳୀ ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପସ୍ଥିତିରେ ପତଞ୍ଜଳି ସଂସ୍ଥାନର ୩୦ ବର୍ଷ ସ୍ଥାପନ ଦିବସ ପତଞ୍ଜଳି ୱେଲନେସ୍‌, ହରିଦ୍ୱାର ସ୍ଥିତ ଯୋଗଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱାମୀ ରାମଦେବ ଉପରୋକ୍ତ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି।

ପ୍ରଥମ କ୍ରାନ୍ତି ହେଉଛି ଶିକ୍ଷା କ୍ଷେତ୍ରରେ ବିପ୍ଲବ, ୨ୟ କ୍ରାନ୍ତିରେ ଚିକିତ୍ସା କ୍ଷେତ୍ରରେ ବିପ୍ଲବ, ତୃତୀୟ କ୍ରାନ୍ତିରେ ଆର୍ଥିକ କ୍ଷେତ୍ରରେ ବିପ୍ଲବ, ଚତୁର୍ଥ କ୍ରାନ୍ତିରେ ରହିଛି ବିଚାର ଏବଂ ସାଂସ୍କୃତିକ ବିପ୍ଲବ, ୫ମ କ୍ରାନ୍ତିରେ ନିଶା, ରୋଗ-ଭୋଗ ଭଳି କ୍ଷେତ୍ରରେ ବିପ୍ଲବ ଆଣିବାକୁ ପଡିବ। ଏହିସବୁ କ୍ଷେତ୍ରରେ ଅର୍ଥାତ ଏହି ପଞ୍ଚକ୍ରାନ୍ତିରେ କାମ କରିଆମ ଦେଶକୁ ଆହୁରି ଆଗକୁ ବଢିବାକୁ ପଡିବ।

 

Leave A Reply

Your email address will not be published.