Latest Odisha News

BREAKING NEWS

ସଂସଦରେ ପଂହଚିଲା ପଶ୍ଚିମବଙ୍ଗ ନିର୍ବାଚନ ରାଜନୀତି, ଇସ୍ତଫା ଦେଲେ ସ୍ୱପନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ହାସଲ ପାଇଁ ଉଭୟ ଟିଏମସି ଓ ବିଜେପି ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏବେ ଏହା ରାଜ୍ୟସଭାରେ ମଧ୍‌ୟ ପଂହଚିସାରିଛି । ମଙ୍ଗଳବାର ବିଜେପି ଟିକେଟ ପାଇବା ପରେ ସାଂସଦ ସ୍ୱପନ ଦାସଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ସେ ଇସ୍ତଫା ପ୍ରଦାନ କରିଛନ୍ତି ।

ସ୍ୱପନ ତରକେଶ୍ୱର ବିଧାନସଭାରୁ ଲଢ଼ିବେ । ସେ ଜଣେ ସ୍ୱାଧୀନ ସାଂସଦ ହୋଇଥିବା ବେଳେ କିପରି ବିଜେପିରୁ ଲଢ଼ିବେ ସେ ନେଇ ଟିଏମସି ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛି । ମନୋନୀତ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣର ୬ ମାସ ମଧ୍ୟରେ ଅନ୍ୟ ଦଳରେ ଯୋଗ ଦେଇପାରିବେ ନାହିଁ । ଏହା କାହିଁକି ସ୍ୱପନ କ୍ଷେତ୍ରରେ ଲାଗୁ ହେବନି ବୋଲି ଟିଏମସି ପ୍ରଶ୍ନ କରିଛି ।

Leave A Reply

Your email address will not be published.