Latest Odisha News

BREAKING NEWS

ଚମ୍ପୁଆରେ କାଠ ଭର୍ତ୍ତି ପିକ୍ ଅପ୍ ଜବତ, ୩ ଗିରଫ

ଯୋଡ଼ା : କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଡିଭିଜନ । ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହାସହ କାଠ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଯୋଡ଼ା ବନେଇ କଳା ଅଞ୍ଚଳର ମନୋଜ କୁମାର ଗିରି, ଝୁମ୍ପୁରା ଅଞ୍ଚଳର ଅହମଦ ଅନସରୀ, ପଶ୍ଚିମବଙ୍ଗର ଏମଡ଼ି ହୁସେନ । ଜବତ ହୋଇଥିବା ପିକ୍ ଅପ୍ ଭ୍ୟାନରୁ ୭୨ ଖଣ୍ଡ ଶାଗୁଆନ ପଟ୍ଟା ଓ ୫୨ ଖଣ୍ଡ ଗମ୍ଭାରି ପଟ୍ଟା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ଅଧିକ ହେବ ।

Leave A Reply

Your email address will not be published.