Latest Odisha News

BREAKING NEWS

[ଭିଡିଓ] ଦୃଷ୍ଟି ଆଢୁଆଳରେ ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର

ଦେବଗଡ଼ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସ୍ୱପ୍ନେଶ୍ୱର ଶିବ ମନ୍ଦିର। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପରା ପଞ୍ଚାୟତର କଙ୍କଡାଝରଣ ଗାଁ ନିକଟରେ ରହିଛି ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର। ଏହି ମନ୍ଦିରର ସୌନ୍ଦଯ୍ୟ ପ୍ରକୃିତ ପ୍ରେମିଙ୍କୁ ଏଠାକୁ ଆସିବାକୁ ଆନମନା କରେ। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ମନ୍ଦିର ଲୋକମାନଙ୍କ ଦୃଷ୍ଟି ଆଢୁଆଳକୁ ଆଳକୁ ଆସିପାରିନାହିଁ । ବଣ ଜଙ୍ଗଲର ପ୍ରାକୃିତର ଦୃଶ୍ୟ ସାଙ୍ଗକୁ ଏହି ରହିଛି ୧୦୦ ବର୍ଷ ତଳର ଏକ ଆଶ୍ରମ ଓ ଯଜ୍ଞ ମଣ୍ଡପ । ଯାହା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି।

ଅନ୍ୟପଟେ ମନ୍ଦିରରେ ରହିଛି ସୁନ୍ଦର ଚିରସ୍ରୋତା ଝରଣା।ଯଦି କେହି ଏହି ସ୍ଥାନକୁ ଆସିବାକୁ ଚାହାଁନ୍ତି।ତେବେ ଦେବଗଡ଼ ଅନୁଗୋଳ ଜାତୀୟ ରାଜପଥ ବୁଢାପାଳ ଠାରୁ ପରା ପଞ୍ଚାୟତ ଜାରାଛାଟ ଓ ପରେ କଙ୍କଡାଝର ଗାଁ ଠାରୁ କିଛି ଦୂରରେ ରହିିଛି ଏହି ଶିବ ମନ୍ଦିର । ରାସ୍ତାର ଶାଳ ଜଙ୍ଗଲ ମଧ୍ୟରେ ଦୁଇଟି କୁତ୍ରିମ ପୋଖରୀ ମଧ୍ୟ ରହିଛି। ଯାହାକି ବେଶ୍ ଆକର୍ଷଣୀୟ।ସେଠାରେ ପହଁଚିବା ମାତ୍ରେ ପ୍ରାକୃିତିକ ଦୃଶ୍ୟ ଲୋକମାନଙ୍କ ମନୋହର କରିଦିଏ। ମନୋରମା ଦୃଶ୍ୟ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ସମାଗମ ମଧ୍ୟ ହୋଇଥାଏ ।

ମଠାଧିସ ସ୍ୱର୍ଗତ ଦିଗାମ୍ବର ଚୈଚନ୍ୟ ମହାରାଜ ସୀତାରାମଙ୍କ ସ୍ୱପ୍ନାଦେଶରୁ ଏହି ହଦଗଦି ବାଘମଡା ମଠ ନିକଟରେ ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରେ ମହାମାୟୀ ମଧ୍ୟ ପୂଜାପାଇ ଆସୁଛନ୍ତି।ଏହି ଅରଣ୍ୟ ମଧ୍ୟରେ  ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରହିଛି ।ଏହି ଜଳକୁ ସଂରକ୍ଷିତ ରଖିଲେ ତଳ ଭାଗରେ ୨୫ ଏକର ଜମିରେ ବିଭିନ୍ନ କିସମର ଚାଷ କାର୍ଯ୍ୟ ହୋଇ ପାରିବ ।

ପରିତାପର ବିଷୟ ଲୋକ ଲୋକଲୋଚନକୁ ନଆସିବା ଫଳରେ ବଣ ମଲ୍ଲୀ ପରି ବଣରେ ଫୁଟି ବଣରେ ବଣରେ ମଉଳି ଯିବା ଅବସ୍ଥାକୁ ଆସିଯାଇଛି । ବନ ବିଭାଗ ତରଫରୁ ବିଦ୍ୟୁତ୍ ଶକ୍ତି ବ୍ୟବସ୍ଥା କ୍ଷୁଦ୍ର ଜଳ ସେଚନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବୋହି ଯାଉଥିବା ପାଣିର ସଂରକ୍ଷଣ ଓ ବିନିଯୋଗ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭିତ୍ତିଭୂମିର ବିକାଶ କଲେ ଆଗାମୀ ଦିନରେ ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନ ପାଇ ପାରିବ ବୋଲି ଅଞ୍ଚଳ ବାସୀ ଓ ପର୍ଯ୍ୟଟକ ମାନଙ୍କ ମତ ରହିଛି ।

Leave A Reply

Your email address will not be published.