Latest Odisha News

BREAKING NEWS

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ‘ଏକ୍ସ’ ଆକାଉଣ୍ଟ ସସପେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ‘ଏକ୍ସ’ ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହୋଇଯାଇଛି। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

ତାଙ୍କର ଦୁଇଟି ଭିନ୍ନଭିନ୍ନ ପୋଷ୍ଟରେ କପିରାଇଟ୍ ଉଲ୍ଲଂଘନର ଆଲର୍ଟ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ସ୍ୱରା ଭାସ୍କର ଜାନୁଆରୀ ୩୦ ଓ ୨୬ରେ ତାଙ୍କର ‘ଏକ୍ସ’ ଆକାଉଣ୍ଟରେ ଯେଉଁ ଦୁଇଟି ପୋଷ୍ଟ ସେୟାର କରିଥିଲେ ତାହାକୁ ସେ ତାଙ୍କର ଇନଷ୍ଟାଗ୍ରାମରେ ମଧ୍ଯ ପୋଷ୍ଟ କରିଛନ୍ତି। ଯେଉଁଥିରେ  କପିରାଇଟ୍ ଉଲ୍ଲଂଘନର ବାର୍ତ୍ତାଥିବା ନଜର ଆସିଛି।

ଏହି ଦୁଇଟି ଫଟୋ ବିଷୟରେ ସେ କହିଛନ୍ତି ଯେ ଗୋଟିଏ ପୋଷ୍ଟରେ ଉଲ୍ଲେଖ ଥିଲା- ଗାନ୍ଧୀ ହମ୍ ଶର୍ମିନ୍ଦା ହେ ତେରେ କାତିଲ ଅଭି ଭି ଜିନ୍ଦା ହେ। ସେହିପରି ଦ୍ୱିତୀୟରେ ତାଙ୍କ ଛୁଆର ଫଟୋ ରହିଥିଲା। ଗଣତନ୍ତ୍ର ଦିବସ ଅବସରରେ ପୋଷ୍ଟ ହୋଇଥିବା ଏହି ଫଟୋରେ ତାଙ୍କ ଶିଶୁ ହାତରେ ଜାତୀୟ ପତାକାକୁ ଧରିଛି।

ତେବେ ନିଜର ଅସନ୍ତୋଷ ପ୍ରକାଶ କରି ସ୍ୱରା ଭାସ୍କର କହିଛନ୍ତି ଯେ ଏହି ଦୁଇଟି ଫଟୋରେ ହୋଇଥିବା କପିରାଇଟ୍ ଅଭିଯୋଗ କୌଣସି ଆଇନଗତ ପରିଭାଷାର ଯୁକ୍ତିଯୁକ୍ତ ନୁହେଁ। ଯଦି ଏହି ଦୁଇଟି ପୋଷ୍ଟକୁ ବହୁ ପରିମାଣରେ ରିପୋର୍ଟ ମରାଯାଇଛି ତେବେ ଏହା  ମୋତେ କେବଳ ହଇରାଣ କରିବା ପାଇଁ ହୋଇଛି। ଦୟାକରି ଏହା ଉପରେ ଧ୍ୟାନ ଦେଇ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ‘ଏକ୍ସ’ର ଟିମକୁ ସେ କହିଛନ୍ତି।

Comments are closed.