Latest Odisha News

BREAKING NEWS

ସତ୍ୟେନ୍ଦ୍ର, ସ୍ୱସ୍ତିକ ଓ ଅନନ୍ତଙ୍କୁ ‘ସରୋଜ ମହାସୁଆର’ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷର ‘ସରୋଜ ମହାସୁଆର’ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ସ୍ୱସ୍ତିକ ସାମଲ ଏବଂ ରାଜ୍ୟର ୨ ଜଣ ଅମ୍ପାୟାର୍ ସତ୍ୟେନ୍ଦ୍ର ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ।

ଯୁବ କ୍ରିକେଟର୍ ବର୍ଗ ଲାଗି ସ୍ୱସ୍ତିକ୍ ଏବଂ ଶ୍ରେଷ୍ଠ ଅମ୍ପାୟାର ଭାବେ୍ ସତ୍ୟେନ୍ଦ୍ର ଓ ଅନନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍ କ୍ଲବ୍ ଖେଳ ପଡିଆରେ ରବିବାର ଦିନ ସରୋଜ ମହାସୁଆର ସ୍ମୃତି କମିଟିର ଆନୁକୂଲ୍ୟରେ ଏହି ସମ୍ମାନ ପ୍ରଦାନ ଊତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବରିଷ୍ଠ ପ୍ରଶିକ୍ଷକ କିଶୋର ମାଣିଆ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.