ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଅସଦାଚରଣ ମାମଲା । ଫରେନସିକ ଯାଞ୍ଚ ପାଇଁ ଗଲା ସେହି ଦିନ ସ୍ୱାତୀ ପିନ୍ଧିଥିବା ପୋଷାକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଫୁଟେଜ ସଂଗ୍ରହ କରିଛି ପୋଲିସ । ତେବେ ଘଟଣାରେ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍ ବିଭବ କୁମାରଙ୍କୁ ଗିରଫ କରିସାରିଛି ପୋଲିସ ।
ଏହାପରେ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି । ସେ ନିଜ ଫୋନ୍କୁ ଫର୍ମାଟ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି ।
ସୂଚନାଯୋଗ୍ୟ, ମେ’ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ । ଏହି ସମୟରେ ସେ ଡ୍ରଇଂ ରୁମ୍ ରେ ସ୍ବାତୀ କେଜ୍ରିଓ୍ବାଲଙ୍କୁ ଅପେକ୍ଷା କରିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ବିଭବ କୁମାର ତାଙ୍କ ନିକଟକୁ ଆସି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ଯାହାକୁ ନେଇ ସ୍ୱାତୀ ମାଲିୱାଲ ବିଭବ କୁମାରଙ୍କ ବିରୋଧରେ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ । ସ୍ୱାତୀଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଶନିବାର ବିଭବ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରି ରଖିଛି ।
Comments are closed.