Latest Odisha News

BREAKING NEWS

ସରିଲା ସୁଟିଂ, ଏକାଠି ନଜର ଆସିବେ ସ୍ୱୟମ-ପ୍ରକୃତି

ଭୁବନେଶ୍ୱର: ଖୁବଶୀଘ୍ର ଏକାଠି ନଜର ଆସିବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଗାୟକ ସ୍ୱୟମ୍ ପାଢ଼ୀ । ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ତାଙ୍କ ସୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି ।

ଏକ କଭର୍‌ ଗୀତରେ ଏକାଠି ନଜର ଆସିବେ ପ୍ରକୃତି ଏବଂ ସ୍ୱୟମ୍‌। ଜୁବିନ୍‌ ନଉଟିଆଲ୍‌ ଏବଂ ନେହା କକ୍କର ଗାଇଥିବା ଗୀତ ‘ଚଲୋ ଲେ ଚଲେ ତୁମ୍ହେ’ର କଭର ଗୀତ ପ୍ରସ୍ତୁତ ହେଉଛି। ଏହି ଗୀତକୁ ସ୍ୱୟମ୍‌ ଏବଂ ପ୍ରକୃତି ଗାଇ ଏକ କଭର୍‌ ଗୀତ ପ୍ରସ୍ତୁତ କରିଛନ୍ତି। ନିକଟରେ ଏକ ଭିଡ଼ିଓ ଶେଆର କରି ଉଭୟ ତାଙ୍କ କାମ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି।

 

View this post on Instagram

 

Coming up very soon with my YouTube cover on #taronkesehar with @prakrutimishra

A post shared by Swayam Pravash Padhi (@swayammusic) on

ଖୁବ୍‌ ଶୀଘ୍ର ସ୍ୱୟମ୍‌ଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ସ୍ୱୟମ୍‌ ପାଢୀ’ରେ ଏହି ଗୀତକୁ ଅପଲୋଡ୍‌ କରାଯିବ। ଗୀତକୁ ଦେଖି ତାଙ୍କୁ ଢେର୍‌ ସାରା ଲାଇକ୍ସ ଏବଂ ଭଲ ପାଇବା ଦେବାକୁ ପ୍ରଶଂସକମାନଙ୍କୁ ଏନେଇ ଅନୁରୋଧ କରିଛନ୍ତି ପ୍ରକୃତି ଏବଂ ସ୍ୱୟମ୍‌।

Leave A Reply

Your email address will not be published.