Latest Odisha News

BREAKING NEWS

ବଡ ବନ୍ୟା ଆଶଙ୍କା ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର: ଅବପାତ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି । ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ ।

ଆଗାମୀ ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଦକ୍ଷିଣ ଉପକୂଳ ଓଡ଼ିଶାରେ ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ । ୭ଦିନ ଯାଏଁ ବଡ଼ ବର୍ଷାର ସମ୍ଭାବନା ନାହିଁ ।

୩ଟି ବ୍ଲକରେ ୩ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କବିସୂର୍ଯ୍ୟନଗରରେ ୩୨୮ ମିଲିମିଟର, ଆସ୍କାରେ ୩୦୭.୬ ମିଲିମିଟର ଏବଂ ପୁରୁଷୋତ୍ତମପୁରରେ ୩୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.