Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ହେବାର ୧୨ ଘଂଟା ମଧ୍ୟରେ ଇସ୍ତଫା ଦେଲେ ସ୍ୱୀଡେନର ମାଗଡାଲେନା ଆଣ୍ଡରସନ

ଷ୍ଟକହୋମ: ସ୍ୱୀଡେନର ରାଜନୀତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ କାରଣ ସାଜିଛି । ଗତକାଲି ପ୍ରଥମ ମହିଳା ଭାବେ ମାଗଡାଲେନା ଆଣ୍ଡରସନ ନିର୍ବାଚିତ ହେବାର ୧୨ ଘଂଟା ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ଲେଫ୍ଟ ପାର୍ଟି ଓ ସେଂଟର ପାର୍ଟି ସହଯୋଗରେ ସରକାର ଗଠନ କରିଥିଲେ । ତେବେ ଆଜି ବଜେଟ ଉପସ୍ଥାପନ ବେଳେ ସେଂଟର ପାର୍ଟି ଏହାକୁ ବିରୋଧ କରିଥିଲା ।

ଶେଷରେ ଗ୍ରୀନ ପାର୍ଟି ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଫଳରେ ବାଧ୍ୟ ହୋଇ ଆଣ୍ଡରସନ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏ ସବୁ ସତ୍ୱେ ଆଣ୍ଡରସନଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ବୁଝାମଣା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.