Latest Odisha News

BREAKING NEWS

ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ: ଡ୍ରାଇଭର ସମେତ ୨ ଆହତ

ଢେଙ୍କାନାଳ: ମେଡ଼ିକାଲକୁ ରୋଗୀ ନେଇ ଯାଉଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର ଓ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ଖବରଅନୁଯାୟୀ, ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ଼ ରାସ୍ତାକଡ଼କୁ ଓଲଟି ପଡିଥିବା ସୂଚନା ମିଳିଛି ।

ଏଥିରୁ ରୋଗୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡ୍ରାଇଭର ସମେତ ଆଉ ଜଣେ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.