Latest Odisha News

ଜଳୁଛି ରାଜଧାନୀ ଭୁବନେଶ୍ଵର: ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ୩୬.୨ ଡିଗ୍ରୀ

ଭୁବନେଶ୍ଵର: ଜଳୁଛି ରାଜଧାନୀ ଭୁବନେଶ୍ଵର । ଗତକାଲି ୪୩.୫ ଡିଗ୍ରୀ ତାପମାତ୍ରା ସହିତ ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ ଥିଲା ଭୁବନେଶ୍ବର । ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନ ଜୀବନ । ତେବେ ଗତକାଲିଠାରୁ ଆଜି ଖରା ସାମାନ୍ୟ କମିଥିବା ବେଳେ ଆଜି ଦିନ ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୩୬.୨ ଡିଗ୍ରୀ, ଚାନ୍ଦବାଲିରେ ୩୭.୨, ହୀରାକୁଦରେ ୩୬.୯ ଏବଂ ରାଉରକେଲା ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିରକୁ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ଫଳରେ ୭, ୮ ଓ ୯ ତାରିଖରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପବନର ବେଗ ମଧ୍ୟ ୪୦ ରୁ ୫୦ ରହିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

Comments are closed.