Latest Odisha News

BREAKING NEWS

ବିଡବ୍ଳ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦: ପ୍ରଥମ ଓଡିଆ ମହିଳା ଖେଳାଳି ଭାବେ କ୍ୱାର୍ଟରରେ ପ୍ରବେଶ କଲେ ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ସୟେଦ ମୋଦି ଇଣ୍ଡିଆ ଇଂଟରନ୍ୟାଶନାଲ ୨୦୨୨ର ଏଚଏସବିସି ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର ୩୦୦ ବ୍ୟାଡମିଂଟନ ମୁକାବିଲାରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା । ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଓଡିଆ ବ୍ୟାଡମିଂଟନ ଖେଳାଳି ଭାବେ ସେ ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମିକ୍ସଡ ଡବଲ୍ସ ଇଭେଂଟରେ ସେ ବାଲକେଶରୀ ଯାଦବଙ୍କ ଯୋଡି ହୋଇ ଏହି ସଫଳତା ରଚିଛନ୍ତି ।

ପ୍ରି କ୍ୱାଟରରେ ମାଲେସୀୟ ଯୋଡି ଚାନ ପେଙ୍ଗ ସୁନ ଓ ଭାଲେରୀ ସିଉ ମ୍ୟାଚରୁ ଓହରିଯିବା ଫଳରେ ଭାରତୀୟ ଯୋଡିଙ୍କୁ ୱାକ ଓଭର ମିଳିଥିଲା । ଶୁକ୍ରବାର କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । କ୍ୱାର୍ଟରରେ ଭାରତୀୟ ଯୋଡି ଭଲ ପ୍ରଦର୍ଶନ କରିବା ନେଇ ପ୍ରଶଂସକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି ।

Comments are closed, but trackbacks and pingbacks are open.