Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ପଞ୍ଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାଶନ ସଚିବ ଶ୍ରୀ ବିନୋଦ କୁମାର ପଣ୍ଡା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସମୀର ରଞ୍ଜନ ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଏହି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।ଏହି ମିଶ୍ରଣ ପର୍ବ ଅବସରରେ ବୁଦ୍ଧିଜୀବି ପ୍ରକୋଷ୍ଠ ସଂଯୋଜକ ତଥା ବରିଷ୍ଠ ନେତା ସଜ୍ଜନ ଶର୍ମା , ଓବିସି ମୋର୍ଚ୍ଚା , ରାଜ୍ୟ ସଭାପତି ସୁରଥ ବିଶ୍ୱାଳ , ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାସ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅର୍ପିତା ଅପରାଜିତା ବଡଜେନା , ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ପ୍ର. ଅବଦୁଲ ସଲାମ , ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଡ ରବିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.