ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ)ର କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି।
ସୂଚନା ଅନୁଯାୟୀ, ILHBSS (ଇନ-ଲାଇନ୍ ହୋଲ୍ଡ ବ୍ୟାଗେଜ୍ ସ୍କ୍ରିନିଂ ସିଷ୍ଟମ)ର ଜଣେ କର୍ମଚାରୀ ଡ୍ୟୁଟି ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସିଆଇଏସଏଫ କର୍ମଚାରୀ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ତାଙ୍କୁ CPR ଦେଇଥିଲେ। ଯାହାଫଳରେ କିଛି ସମୟ ପରେ ସ୍କ୍ରିନିଂ ସିଷ୍ଟମ କର୍ମଚାରୀଙ୍କ ଚେତା ଫେରି ଆସିଥିଲା। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ଦ୍ୱାରା ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏନେଇ X ରେ ଏକ ପୋଷ୍ଟ ସେୟାର କରି ସିଆଇଏସଏଫ କହିଛି ଯେ ଡି ପି ଗୁପ୍ତାଙ୍କ ସହାୟତାରେ ଓ ଡିମ୍ପଲ କୁମାରଙ୍କ ଦ୍ଵାରା ଏକ ମୂଲ୍ୟବାନ ଜୀବନ ବଞ୍ଚିପାରିଛି। ଏହି ସାହସିକ କାର୍ଯ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଜଣେ ଡାକ୍ତର ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।
Comments are closed.