ନୂଆଦିଲ୍ଲୀ:କରୋନା ଭାଇରସ ନେଇ ଭାରତର ସୁଚିନ୍ତିତ କଡା ପଦକ୍ଷେପକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱାଗତ କରୁଛନ୍ତି । ଏହି ଦୌଡରେ ସାମିଲ ହୋଇଛି ସୁଇଜରଲାଣ୍ଡ । ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏହାକୁ ସ୍ୱାଗତ ଜଣାଇ ସୁଇଜରଲାଣ୍ଡ୍ର ଆଲପ୍ସ୍ ପର୍ବତରେ ଲାଇଟ୍ ଇଫେକ୍ଟ ଦ୍ୱାରା ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା କରାଯାଇଛି । ଅନ୍ଧାର ରାତିରେ ତ୍ରିରଙ୍ଗାର ଆଲୋକରେ ଆଲପ୍ସ୍ ଆଲୋକିତ ହେଉଛି ।
ଆର୍ଟିଷ୍ଟ ଗୈରି ହୋଫ୍ଷ୍ଟେଟର ପାହାଡ଼ର ୮୦୦ ମିଟର ଉଚ୍ଚରେ ଏଭଳି କଳାକୃତି କରିଛନ୍ତି । ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି ଯେ, କରୋନା ଲଢ଼େଇରେ ଭାରତୀୟ ଏକଜୁଟ ହୋଇଥିବା ଏହା ସୂଚିତ କରୁଛି।
Comments are closed.