Latest Odisha News

BREAKING NEWS

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବିଜୟଧାରାକୁ ଫେରିଲା ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ସୋମବାର ୭ ୱିକେଟରେ ବିହାରକୁ ହରାଇ ଓଡିଶା ପୁନର୍ବାର ବିଜୟଧାରାକୁ ଫେରିଛି । ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ଦେବବ୍ରତ ପ୍ରଧାନଙ୍କ ଚମତ୍କାର ବୋଲିଂ ଯୋଗୁ ବିହାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୮ ରନ କରିବାକୁ ସକ୍ଷମ ହୋଇଥିଲା । ଦେବବ୍ରତ ୪ଟି ୱିକେଟ ନେଇଥିବା ବେଳେ ଅଭିଷେକ ଯାଦବ ୩ଟି ଓ ଗୋବିନ୍ଦ ୨ଟି ୱିକେଟ ହାସଲ କରିଥିଲେ । ବିହାର ପକ୍ଷରୁ ରଘୁବେନ୍ଦ୍ର ସିଂ ୩୪ ରନ କରିଥିଲେ । ୧୧୯ ରନର ବିଜୟ ଲକ୍ଷ୍ୟକୁ ଓଡିଶା ୧୮.୫ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ୨୧ ରନରେ ଓଡିଶା ୩ଟି ୱିକେଟ ହରାଇ ବିପଦରେ ପଡିଥିଲା । ପରେ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ପ୍ରଭାବୀ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ଗୋବିନ୍ଦ ୫୦ ରନ କରି ଅପରାଜିତ ରହିଥିବା ବେଳେ ଶୁଭ୍ରାଂଶୁ ୪୪ ରନ କରିଥିଲେ ।

ବିହାର ପକ୍ଷରୁ ପରମଜିତ ସିଂ ୨ଟି ୱିକେଟ ନେଇଥିଲେ । ଓଡିଶା ୫ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରି ଗ୍ରୁପ ବିରେ ୫ମ ସ୍ଥାନରେ ରହିଛି । ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଓଡିଶାକୁ କେରଳ ଓ ଚଣ୍ଡୀଗଡ ବିପକ୍ଷରେ ବିଜୟ ହାସଲ କରିବାକୁ ପଡିବ । ଅକ୍ଟୋବର ୨୫ରେ କେରଳକୁ ଭେଟିବ ଓଡିଶା ।

Leave A Reply

Your email address will not be published.