Latest Odisha News

BREAKING NEWS

ଦିଲ୍ଲୀରେ ଗୁରୁବାରରୁ ‘ରେଡ ଲାଇଟ ଅନ, ଗାଡି ଅଫ’ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଅହେତୁକ ଭାବେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ଯାହାକୁ ନେଇ ଅସ୍ତବ୍ୟସ୍ତ ରାଜଧାନୀ ବାସୀ । ଆଉ ଏହାର ମାତ୍ରା କମ କରିବା ନେଇ ସରାକରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗୁଛି ସିନା ହେଲେ କମିବାରେ ନାଁ ଧରୁନି । ସେନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ନେତୃତ୍ୱରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପୁଣି ଥରେ ‘ରେଡ ଲାଇଟ ଅନ, ଗାଡି ଅଫ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ଅଭିଯାନ ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବାନେଇ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋପାଳ ରାୟ । ସେ କହିଛନ୍ତି ଯେ, ବାଇକ ସବୁଠୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବାବେଳେ, ବାଇକ ଚାଳକମାନଙ୍କୁ ସେମାନଙ୍କର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଅପଡେଟ କରିବାକୁ ଅନୁରୋଧ କରାଯାଇଛି ।

ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀରେ ମେଟ୍ରୋ ସେବା ବୃଦ୍ଧି କରିବାକୁ ମେଟ୍ରୋ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବସ ସେବା ଗୁଡିକୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଅଭିଯାନ ୧୬ ଅକ୍ଟୋବର ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ।

ମନ୍ତ୍ରୀ ରାୟ ଆହୁରି କହିଛନ୍ତିଯେ, ଦିଲ୍ଲୀରେ ପ୍ରଦୂଷଣର ୧୩ଟି ହଟସ୍ପଟ ରହିଛି । ଶାଦିପୁର, ମନ୍ଦିର ମାର୍ଗ, ପଟପଡଗଞ୍ଜ, ସୋନିଆ ବିହାର ଏବଂ ମୋତି ବାଗ ସମେତ ଅନ୍ୟ ୮ଟି ଅନ୍ୟ କେନ୍ଦ୍ର ସ୍ଥାନୀୟ କାରଣରୁ ଏକ୍ୟୁଆଇ (AQI) ସ୍ତର ୩୦୦ରୁ ଅଧିକ ଥିବା ରେକର୍ଡ ହୋଇଛି । ପ୍ରଦୂଷଣର ସ୍ଥାନୀୟ ଉତ୍ସ ଚିହ୍ନଟ ଏବଂ ଯାଞ୍ଚ କରିବା ପାଇଁ ଏଠାରେ ସ୍ବତନ୍ତ୍ର ଦଳ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.