Latest Odisha News

BREAKING NEWS

ଛତୁ ତୋଳିବା ବେଳେ ଗୁଳିମାଡ଼, ୩୧ ଜଣଙ୍କ ମୃତ୍ୟୁ

ଦାମାସ୍କସ୍: ଛତୁ ତୋଳୁ ତୋଳୁ ଟଳି ପଡ଼ିଲେ ୩୧ ଜଣ । ସିରିଆର ହମା ସହରରେ ଏଭଳି ଅଘଟଣ ଘଟିଛି । ଛତୁ ତୋଳୁଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ବ୍ରିଟେନର ମାନବାଧିକାର ସଂଗଠନ ସିରିଆନ୍ ଅବଜର୍ଭେଟରି । ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ମଧ୍ୟ ଏହା ପ୍ରକାଶ କରିଛି ।

ସୂଚନା ଅନୁସାରେ, ଆଇଏସ୍ଆଇଏସ୍ ଆକ୍ରମଣରେ ସାଧାରଣ ଲୋକଙ୍କ ସହ ୧୨ ଜଣ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆକ୍ରମଣକାରୀ ୨ ଜଣଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ବାଇକ୍ ଯୋଗେ ଆକ୍ରମଣକାରୀ ଆସି ଗଡ଼ରିଆଁରେ ଏକ ସମୁହ ଉପରେ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳି ଚାଳନା କରିଥିବା କୁହାଯାଉଛି ।

ସିରିଆରେ ଦୀର୍ଘ ୧୨ ବର୍ଷ ହେଲା ଯୁଦ୍ଧ ଚାଲିଥିବା ବେଳେ ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଫଳରେ ଲୋକେ ଛତୁ ଚାଷ କରି ଘର ଚଳାଇବା ଲାଗି ବାଧ୍ୟ ହେଉଛନ୍ତି । ମାନବାଧିକାର ସଂଗଠନର ସୂଚନା ଅନୁସାରେ, ଫେବ୍ରୁଆରୀରୁ ଏବେ ସୁଦ୍ଧା ୨୩୦ ଲୋକଙ୍କ ଜୀବନ ଗୁଳିମାଡ଼ରେ ଯାଇଛି ।

Leave A Reply

Your email address will not be published.