ନୂଆଦିଲ୍ଲୀ: ଭୟଙ୍କର ହେଉଛି ସିରିଆ ଗୃହଯୁଦ୍ଧ । ଦିନକୁ ଦିନ ଗୋଟେ ପରେ ଗୋଟେ ସହରକୁ ଦଖଲ କରୁଛନ୍ତି ବିଦ୍ରୋହୀ । ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସଦ୍ଙ୍କ ବିରୁଦ୍ଧରେ ସଶସ୍ତ୍ର ଅଭିଯାନରେ ବିଦ୍ରୋହୀମାନେ ଗତକାଲି ଦକ୍ଷିଣର ଦରା ସହରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଏଭଳି ପରିସ୍ଥିତିରେ ଦେଶ ଛାଡିଛନ୍ତି ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସଦ୍ ।
ମିଳିଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବଶର ଅଲ୍-ଅସଦ ଏକ ସ୍ୱତନ୍ତ୍ର ବିମାନରେ କୌଣସି ଏକ ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। ରାଜଧାନୀ ଦାମସ୍କସକୁ ବିଦ୍ରୋହୀ ମାନେ କବ୍ଜାକୁ ନେବା ପରେ ଭୟରେ ଦେଶ ଛାହି ଚାଲିଯାଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିରୋଧ କରି ବିଦ୍ରୋହୀ ସେନା ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରି ଚାଲିଛନ୍ତି। ୪ଟି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେବା ପରେ ଏବେ ସିରିଆ ରାଜଧାନୀ ଦାମସକସକୁ ବି ଦଖଲ କରିଛନ୍ତି। ହାମା, ଆଲେପ୍ପୋ ଏବଂ ଦରାକୁ ଦଖଲ କରିବା ପରେ ହୋମ୍ସ ହେଉଛି ଚତୁର୍ଥ ପ୍ରମୁଖ ସହର ଯାହାକୁ ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏବେ ରାଜଧାନୀ ଦାମସକସକୁ ବି ଦଖଲ କରିଛନ୍ତି। ଅନ୍ୟପଟେ ଅସଦ ସରକାରଙ୍କୁ ହଟାଇବା ଅଭିଯାନର ଏହା ହେଉଛି ଶେଷ ପର୍ଯ୍ୟାୟ। ଅସଦଙ୍କ ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି ବୋଲି ସୂଚନା ମିଳିଛି ।
Comments are closed.