Latest Odisha News

BREAKING NEWS

୨୦୨୪ ଟି୨୦ ବିଶ୍ୱକପ ତାରିଖ ଘୋଷିତ

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟର ତାରିଖ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଆମେରିକା ଓ ୱେଷ୍ଟଇଣ୍ଡିରେ ଏହା ୪ରୁ ୩୦ ଜୁନ ପର୍ଯ୍ୟନ୍ତ ଖେଳାଯିବ । ୧୦ଟି ସହରରେ ୨୭ ଦିନ ଧରି ୨୦ ଟିମ ମଧ୍ୟରେ ୫୫ଟି ମୁକାବିଲା ହେବ । ୧୪୭ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଆଇସିସିର କୌଣସି ବଡ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ୪ଟି ଶର୍ଟଲିଷ୍ଟ କରାଯାଇଥିବା ଭେନ୍ୟୁକୁ ଆଇସିସିର ସ୍ୱତନ୍ତ୍ର ଟିମ ଅନୁଧ୍ୟାନ କରିଛି । ଏଥିରୁ ୩କୁ ଆନ୍ତର୍ଜାତୀୟ ମାନ୍ୟତା ମିଳି ନାହିଁ । ଫ୍ଲୋରିଡା, ମୋରିସବିଲେ, ଡାଲାସ ଓ ନ୍ୟୁୟର୍କ ସହରକୁ ଶର୍ଟଲିଷ୍ଟ କରାଯାଇଛି । ଆନ୍ତର୍ଜାତୀୟ ମାନ୍ୟତା ପାଇ ନ ଥିବା ଷ୍ଟାଡିୟମଗୁଡିକରେ ଏବେ ବିଭିନ୍ନ ମ୍ୟାଚ ଆୟୋଜନ କରାଯାଉଛି ।

ରିପୋର୍ଟ ମୁତାବକ ଆମେରିକାରେ ଅଳ୍ପ କେତୋଟି ମ୍ୟାଚ ଆୟୋଜନ କରାଯିବ । ଅଧିକାଂଶ ୱାର୍ମଅପ ମ୍ୟାଚ ଏଠାରେ ଖେଳାଯିବ । ୨୦ଟି ଟିମକୁ ୫ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଁଏ ଟିମ ସୁପର ୮ରେ ପ୍ରବେଶ କରିବେ । ଏହି ଷ୍ଟେଜରେ ୧୨ଟି ମ୍ୟାଚ ଖେଳାଯିବ । ଏଥିରୁ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହେବ । ଗତ ୨ଟି ସଂସ୍କରଣରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ଏବେ ଏହାକୁ ୨୦କୁ ବୃଦ୍ଧି କରାଯାଇଛି । ୨୦୦୭ ଉଦଘାଟନୀ ସଂସ୍କରଣରେ ଭାରତ ଟାଇଟଲ ହାସଲ କରିଥିବା ବେଳେ ୨୦୨୨ରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା ।

Comments are closed.