Latest Odisha News

BREAKING NEWS

ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ, ଟିକ୍ଟର ସ୍କେଲରେ ତିବ୍ରତା ୫.୮

ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୫.୮ ବୋଲି ଜଣାପଡ଼ିଛି । ଚଳିତ ବର୍ଷର ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଏହା ତୃତୀୟ ଥର ଭୂକମ୍ପ ।

ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେଜ୍ ଏହାର ସୂଚନା ଦେଇ କହିଛି ଯେ, ଆଜି ଆଣ୍ଡାମାନ ଓ ନିକୋବର ଦ୍ଵୀପର ୧୦ କିଲୋମିଟର ଗଭୀରତାରେ ୫.୮ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ହୋଇଛି । ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା କୁହାଯାଉଛି । ତେବେ ଏହି ଭୂକମ୍ପ ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ । ସେହିପରି ନ୍ୟାସନାଲ ସେଣ୍ଟର ଫର୍ ସସ୍ମୋଲୋଜି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳି ୬୯ କିଲୋମିଟର ଗଭୀରତାରେ ରହିଛି ।

Leave A Reply

Your email address will not be published.