ଭୁବନେଶ୍ୱର: ବାଳିକା ୧୪ ବର୍ଷରୁ କମ ଟେନିସ ଖେଳାଳିଙ୍କ ନୂତନ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଓଡିଶାର ଉଦୀୟମାନ ଖେଳାଳି ଆହନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଇଟା ପକ୍ଷରୁ ଜାରୀ ର୍ୟାଙ୍କିଙ୍ଗରେ ସେ ୧୨୫୯.୨୫ ପଂଏଟ ହାସଲ କରିଥିଲେ । ୧୩ ବର୍ଷୀୟା ଆହନ ନିକଟରେ ୨ଟି ଟାଇଟଲ ହାସଲ କରିଥିଲେ । ସେ ବାଙ୍ଗାଲୋରରେ ଅନୁଷ୍ଠିତ କେଏସଏଲଟିଏ ଏସିଆନ ୧୪ ବର୍ଷରୁ କମ ବିଭାଗର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାତେଇଥିଲେ । ଚଳିତ ବର୍ଷ ଏପ୍ରିଲରେ ଓଡିଶାର ପ୍ରଥମ ବାଳିକା ଖେଳାଳି ଭାବେ ସେ ଆଇଟା ଜାତୀୟ ସିରିଜ ଜିତିଥିଲେ ।
ଏହା ପରେ ହାଇଦ୍ରାବାଦରେ ସାନିଆ ମିର୍ଜା ଟେନିସ ଏକାଡେମୀରେ ଅନୁଷ୍ଠିତ ଟୁର୍ଣ୍ଣାମେଂଟରେ ସେ ଡବଲ୍ସ ଟାଇଟଲ ଜିତିଥିଲେ । ଉକ୍ତ ଭେନ୍ୟୁରେ ଅନୁଷ୍ଠିତ ୧୪ ବର୍ଷରୁ କମ ବିଭାଗରେ ସେ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରିଥିଲେ । ପୂର୍ବରୁ ସେ ୧୨ ବର୍ଷରୁ କମରେ ମଧ୍ୟ ଦେଶର ଏକ ନମ୍ବର ଖେଳାଳି ହୋଇଥିଲେ । ବିଭିନ୍ନ ମହଲରୁ ଏ ନେଇ ଆହାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Comments are closed.