Latest Odisha News

BREAKING NEWS

ଡିସେମ୍ବର ୧୭ରେ ସୈନିକ ସ୍କୁଲରେ ଆୟୋଜିତ ହେବ ଷଷ୍ଠ ବିଜୁ ମାରାଥନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସକାଳ ୬ ଟା ରେ ସୈନିକସ୍କୁଲ ଏବଂ ଓଏମ୍‌ସି ମିଳିତ ଅନୁକୂଲ୍ୟରେ ଷଷ୍ଠ ବିଜୁ ମାରାଥନ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତାରେ ସ୍କୁଲର ୬୦୦ କ୍ୟାଡ଼େଟ୍‌, ଦୁଇ ଶହ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀଙ୍କୁ ମିଶାଇ ସର୍ବମୋଟ ୧ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । । ତେଣୁ ପ୍ରତିଯୋଗୀ ମାନଙ୍କୁ ସକାଳ ୫ ଟା ୩୦ ସମୟରେ ସୈନିକସ୍କୁଲ ପରିସରରେ ଥିବା ଗାନ୍ଧୀ ମିନି ଷ୍ଟାଡ଼ିୟମଠାରେ ପହଞ୍ଚିବା ପାଇଁ ଅନୁରୋଧ କରାଯାଇଛି ।

BjdElectrycity

ଏଠାରୁ ପ୍ରତିଯୋଗୀ ମାନେ ନିଜର ଦୌଡ଼ ଆରମ୍ଭକରି ସୈନିକସ୍କୁଲ ମୂଖ୍ୟ ଗେଟ୍‌, ମଞ୍ଚେଶ୍ୱର ରାସ୍ତା ରେଳ କଲୋନୀ ରାସ୍ତା, ଓମ୍‌ଫେଡ୍ ଛକ, ନାଲକୋ-କଳିଙ୍ଗ ହସ୍ପିଟାଲ ଛକ ଦେଇ ୬ କିମି ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ଗାନ୍ଧୀ ଷ୍ଟାଡ଼ିୟମ ଠାରେ ପହଞ୍ଚିବେ । ସୈନିକ ସ୍କୁଲ ପ୍ରିନ୍‌ସିପାଲ୍ କର୍ଣ୍ଣଲ ବାଲୁ ଭରତ ସୈନିକ ସ୍କୁଲ ପୁରାତନ ଛାତ୍ର ସଂଘ ର ସଭାପତି ହର୍ଦ୍ଦମାନସିଂ, ଉପସଭାପତି ମଧୁସୂଦନ ପାଢ଼ୀ ପତକା ଦେଖାଇ ଦୌଡ଼ ପ୍ରତିଯୋଗୀତା କୁ ଶୁଭାରମ୍ଭ କରିବେ ।

 

ଉକ୍ତ ଦୌଡ଼ ପ୍ରତିଯୋଗୀତା ବିଭିନ୍ନ ବିଭାଗରେ ଅନୁଷ୍ଠିତ ହେବ ଯଥା ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ, ନବମ ରୁ ଦ୍ୱାଦଶ, ବାଳିକା ବିଭାଗ, ପୁରାତନ ଛାତ୍ର ବିଭାଗ ଓ ସେମାନଙ୍କ ପରିବାର ବିଭାଗରେ ଉଦ୍ଦିଷ୍ଟ ରହିବ । ପ୍ରତିଯୋଗୀତାର ଶେଷରେ ଓଏମ୍‌ସି ର ଚେୟାରମ୍ୟାନ୍ ଡ଼ିକେ ସିଂ ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବେ ।

ଏହାସହ ସୈନିକ ସ୍କୁଲ ଭୁବନେଶ୍ୱରର ୫୩ ତମ ବାର୍ଷିକ ବନ୍ଧୁ ମିଳନ ଡ଼ିସେମ୍ବର ୨୪ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏଥିରେ ଭାରତୀୟ ପ୍ରତିରକ୍ଷା ବାହିନୀ ଭାରତୀୟ ପ୍ରଶାସନିକ ସେବା, ଡ଼ାକ୍ତର, ବହୁ ରାଷ୍ଟ୍ରୀୟ, ପବ୍ଲିକ୍ ସେକ୍ଟର କମ୍ପାନୀ, ଭାରତ ଏବଂ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ର ସପରିବାରେ ବହୁସଂଖ୍ୟାରେ ଯୋଗଦାନ କରିବେ । ଉକ୍ତ ଉତ୍ସବରେ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟସୂଚୀ ଗ୍ରହଣ ନିମନ୍ତେ ପୁରାତନ ଛାତ୍ରମାନେ ଆଲୋଚନା କରିବେ । ଏହି ବର୍ଷ ୧୯୯୮ ରେ ସ୍କୁଲରୁ ଉତ୍ତିନ୍ନ ହୋଇ ଥିବା ବ୍ୟାଚ୍ ନିଜର ରୌପ୍ୟ ଜୟନ୍ତୀ ପାଳନ କରିବେ ।
ଏହା ବ୍ୟତୀତ ୧୯୭୪ ବ୍ୟାଚ୍ ର ପୁରାତନ ଛାତ୍ର ମଧ୍ୟ ନିଜ ବ୍ୟାଚ୍ ର ସ୍ୱର୍ଣ୍ଣଜୟନ୍ତୀ ପାଳନ କରିବେ । ଏହି ଅବସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ, ରକ୍ତଦାନ ଶିବିର, ବର୍ତ୍ତମାନର କ୍ୟାଡ଼େଟ ଓ ପୁରାତନ ଛାତ୍ରଙ୍କ ମଧ୍ୟରେ ବାସ୍କେଟବଲ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏଣୁ ପୁରାତତନ ଛାତ୍ର ସଂସଦର ସଭାପତି ଓ ସେକ୍ରେଟାରୀ ପୁରାତନ ଛାତ୍ର ମାନଙ୍କୁ ବହୁ ସଂଖ୍ୟାରେ ସପରିବାରେ ଯୋଗଦାନ କରି ଉକ୍ତ ବନ୍ଧୁମିଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.