ନୂଆଦିଲ୍ଲୀ: ଟି୨୦ କ୍ରିକେଟ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୧୨ ବର୍ଷ ପରେ ଲୋକପ୍ରିୟ ଚାମ୍ପିୟନ୍ସ ଲିଗ ପୂନର୍ବାର ଆରମ୍ଭ ହେବାକୁ ଯାଉଛି । ସିଙ୍ଗାପୁରରେ ଚାଲିଥିବା ଆଇସିସି ବୈଠକରେ ଏ ନେଇ ମଧ୍ୟ ଆଲୋଚନା ହୋଇଛି । ଅଧିକାଂଶ କ୍ରିକେଟ ଖେଳୁଥିବା ଦେଶରେ ଟି୨୦ ଲିଗ ଖେଳାଯାଉଛି । ଏହାକୁ ନେଇ ଚାମ୍ପିୟନ୍ସ ଲିଗର ପରିକଳ୍ପନା କରାଯାଇଥିଲା । ଏହା ମଧ୍ୟ ବେଶ ସଫଳ ହେବା ସହ ଦୁନିଆର ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଥିଲା । ୨୦୧୪ରେ ହଠାତ ଏହି ଲିଗକୁ ବନ୍ଦ କରାଯାଇଥିଲା । ଶେଷ ଥର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଟାଇଟଲ ହାସଲ କରିଥିଲା ।
ପୂନର୍ବାର ରୂପରେଖ ପ୍ରସ୍ତୁତ କରିବା ପରେ ଆସନ୍ତା ବର୍ଷ ସେପ୍ଟମ୍ବରରୁ ଏହା ଆରମ୍ଭ କରାଯାଇପାରେ । ୨୦୦୮ରେ ଏହି ଲିଗ ପ୍ରଥମ ଥର ଆରମ୍ଭ ହୋଇଥିଲା । ଏବେ ଆଇସିସି ସଦସ୍ୟମାନେ ଏହି ଲିଗ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଥିବା ସି ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ଖବର ପ୍ରକାଶ ପାଇଛି । ତେବେ ଏହି ଲିଗ କେତେକ ଷ୍ଟାର ଖେଳାଳିଙ୍କୁ ଅଡୁଆରେ ପକାଇଥାଏ । ସେମାନେ ୨/୪ଟି ଲେଖାଏଁ ଲିଗରେ ଖେଳୁଥିବାରୁ ଚାମ୍ପିୟନ୍ସ ଲିଗରେ କାହା ପକ୍ଷରୁ ଖେଳିବେ ତାହା ଏକ ସମସ୍ୟା ରହିବ ।
Comments are closed.