Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଅଭିଷେକଙ୍କ ସହ ଓପିନଂ କରିବେ ଈଶାନ, ସଂଜୁ ବସିବେ ବେଂଚରେ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଟି୨୦ ବିଶ୍ୱକପ ଟାଇଟଲ ବଜାୟ ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବ । ବର୍ତମାନର ଫର୍ମ ବିଚାରକୁ ନେଲେ ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଟାଇଟଲ ଫେଭରାଇଟ ରହିଛି । ଦଳରେ ଲମ୍ବା ବ୍ୟାଟିଂ ଲାଇନ ଅପ ଏବଂ ଶକ୍ତିଶାଳୀ ବୋଲିଂ ବିଭାଗ ରହିଛି । ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ସହ କିଏ ଓପିନଂ କରିବେ ତାହା ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା । ଏବେ ବୋଧହୁଏ ଏଥିରେ ବିରାମ ଲାଗିବ । ସଂଜୁ ସାମସନ କ୍ରମାଗତ ଖରାପ ପ୍ରଦର୍ଶନ କରି ନିରାଶ କରିଥିବା ବେଳେ ଈଶାନ କିଶାନ କିନ୍ତୁ ସୁଯୋଗ ହାତଛଡା କରି ନାହାନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମ୍ୟାଚରେ ସଂଜୁଙ୍କ ବଦଳରେ ଈଶାନଙ୍କୁ ସୁଯୋଗ ମିଳିଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ କହିଛନ୍ତି ସମ୍ପୂର୍ଣ୍ଣ ଟିମକୁ ପରଖିବା ପାଇଁ ଏହା ଶେଷ ସୁଯୋଗ । ଏଥିରୁ ସେ ପରୋକ୍ଷରେ ଈଶାନଙ୍କୁ ଚୂଡାନ୍ତ ଏକାଦଶରେ ସୂଯୋଗ ମିଳିବ ବୋଲି ସୂଚେଇ ଦେଇଛନ୍ତି । ଅବଶ୍ୟ ସଂଜୁଙ୍କ ହାତରୁ ସବୁ କିଛି ଯାଇନି । ଯଦି ବିଶ୍ୱକପରେ ତାଙ୍କୁ ସୁଯୋଗ ମଳେ ସେ ଏହାକୁ ହାତଛଡା ନ କରବା ପାଇଁ ଉଦ୍ୟମ କରିବେ ।

Leave A Reply

Your email address will not be published.